ଭୁବନେଶ୍ୱରରେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭଡା ଘରୁ ମିଳିଲା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ । 

1,384

କନକ ବ୍ୟୁରୋ : ଭୁବନେଶ୍ୱରରେ ରହୁଥିବା ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ ।  ଚନ୍ଦଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାର ଅଂଚଳର ଏକ ଭଡା ଘରୁ ଏହି ଯୁବତୀଙ୍କ ମୃତ ଦେହ ପୋଲିସ  ଜବତ କରିଛି ।

ମୃତଦେହକୁ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।  ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲାର ଶ୍ୱେତା ଉତ୍କଳ କୁମାରୀ । ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ପୋଲିସ ଏ ବିଷୟରେ ସୂଚନା ଦେଇଛି । ତେବେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତେବେ କେଉଁ ପରିସ୍ଥିିତିରେ ସେ ଆତ୍ମହତ୍ୟା କଲେ ଅବା ତାଙ୍କର ମୃତ୍ୟୁ ହୋଇଛି ତାହା ଉପରେ ପୁଲିସ ଅଧିକ ତଦନ୍ତ ଚଳାଇଛି । କିନ୍ତୁ ଏ ବାବଦରେ କୌଣସି ସ୍ପଷ୍ଟ ସୂଚନା ପାଇନାହିଁ ପୋଲିସ ।