ପାଟଣାଗଡ଼ ହନୁମାନ ଜୟନ୍ତୀ ରାଲିରେ ରାଜା, ରାଣୀ । ବିଶାଳ ଶୋଭାଯାତ୍ରାରେ ଯୋଗଦେଲେ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ସଙ୍ଗୀତା କୁମାରୀ ସିଂହ ଦେଓ ।

772

କନକ ବ୍ୟୁରୋ: ପାଟଣାଗଡ଼ ହନୁମାନ ଜୟନ୍ତୀ ରାଲିରେ ଯୋଗଦେଲେ ପାଟଣାଗଡ ରାଜା-ରାଣୀ । ହନୁମାନ ଜୟନ୍ତୀ ଉପଲକ୍ଷେ ପାଟଣାଗଡରେ ଆୟୋଜିତ ବିଶାଳ ଶୋଭାଯାତ୍ରାରେ ଯୋଗଦେଲେ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହ ଦେଓ ।

ପାଟଣାଗଡ ବ୍ରହ୍ମପୁରା ଜଗନ୍ନାଥ ମନ୍ଦିରରୁ ଶୋଭାଯାତ୍ରା ବାହାରି ପାଟଣାଗଡ ସହରରେ ବୁଲିଥିଲା । ଏହିଅବସରରେ ପାଟଣାଗଡର ରାଜାରାଣୀ ଯୋଗଦେଇ ବଜରଙ୍ଗ ଦଳ କର୍ମକର୍ତାଙ୍କୁ ଉତ୍ସାହିତ କରିଥିଲେ । ଏମାନଙ୍କ ବ୍ୟତୀତ ପାଟଣାଗଡର ବର୍ତମାନର ବିଧାୟକ ସରୋଜ ମେହେର ମଧ୍ୟ ସାମିଲ ହୋଇଥିଲେ । ବିଧାୟକ ସରୋଜ ମେହେର ଖଣ୍ଡା ଧରି ଜୟ ଶ୍ରୀରାମ ନାରା ଦେଇ ଖଣ୍ଡା ବୁଲାଉଥିବାର ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ କୁନି କୁନି ପିଲାମାନେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶରେ ସଜେଇ ହୋଇଥିଲେ । ଏହି ଅବସରରେ ପାଟଣାଗଡ ସହରର ସ୍ଥାନେ ସ୍ଥାନେ ପଣାର ବ୍ୟବସ୍ଥା କରାଯାଇଛି ।