ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବଢୁଛି ସମର୍ଥନ, ସ୍ୱାଗତ  ସହ ସମର୍ଥନ ଘୋଷଣା କଲା ଜେଡିୟୁ

485

କନକ ବ୍ୟୁରୋ : ଦେଶର ଆଗାମୀ ରାଷ୍ଟ୍ରପତି କିଏ ହେବ ତାହାକୁ ନେଇ ରାଜନୀତି ଜୋର ଧରିଛି । ଗୋଟିଏ ପଟେ ବିରୋଧୀମେଣ୍ଟ ପୂର୍ବତନ ବିଜେପି ନେତା ତଥା ଏବେ ଟିଏମସି ନେତା ୟଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏନଡିଏ ମେଣ୍ଟ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ଉଭୟ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ଏବେ କେଉଁ ଦଳ କାହାକୁ ସମର୍ଥନ ଦେବ ତାହାକୁ ନେଇ ଚର୍ଚ୍ଚା ହେଉଛି । ଏହି କ୍ରମରେ ନିତୀଶଙ୍କ ନେତୃତ୍ୱାଧିନ ଜେଡିୟୁ ଖୋଲା ଖୋଲି ଭାବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି । ଜେଡିୟୁ ଓ ବିଜେପି ମିଳିତ ଭାବେ ବିହାରରେ ସରକାର ଗଠନ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ସଂପର୍କ ଠିକ୍ ନାହିଁ । ଏହି କାରଣରୁ ସମସ୍ତଙ୍କ ନଜର ଜେଡିୟୁ ଉପରେ ଥିଲା ।

ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ସିଂ ଓରଫ ଲଲନ ସିଂ ବୁଧବାର ଦିନ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ ଘୋଷଣା କରିଛନ୍ତି । ଏନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି କି ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରି ଯେଭଳି ଭାବେ ମହିଳା ଶସକ୍ତିକରଣ ଓ ସାଧାରଣ ଲୋକଙ୍କ ପାଇଁ କାମ କରିଛନ୍ତି ତାହାକୁ ସ୍ୱାଗତ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ।