ଟ୍ୱିଟର ଡିଲକୁ ବୋର୍ଡର ମଞ୍ଜୁରୀ। ସିଇଓ ପରାଗ ଅଗ୍ରୱାଲଙ୍କୁ ମିଳିବ ୩ ଶହ କୋଟି। 

144

କନକ ବ୍ୟୁରୋ : ଏଲନ ମସ୍କ ଓ ଟ୍ୱିଟର ଡିଲକୁ ମଞ୍ଜୁରୀ ମିଳିଛି । ବୋର୍ଡ ଏହାକୁ ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି । ଏହି ଡିଲ ପରେ ଟ୍ୱିଟରେ ଅନେକ ପରିବର୍ତ୍ତନ ହେବ । ଏହାର ଅର୍ଥ ଟ୍ୱିଟରକୁ ୪୪ ଅରବ ଡଲାରରେ ଏଲନ ମସ୍କ କିଣିବାର ଅଫରକୁ ଟ୍ୱିଟର ବୋର୍ଡ ମଞ୍ଜୁରୀ ଦେଇଛି । ତେବେ ଏହାକୁ ନେଇ ଅନେକ ବିବାଦ ହୋଇଥିଲା ତେବେ କଥା ଡିଲ କ୍ୟାନସଲ ଉପରକୁ ମଧ୍ୟ ଯାଇଥିଲା । ତେବେ ମସ୍କଙ୍କ ଡିଲକୁ ବୋର୍ଡ ସର୍ବସମ୍ମତି କ୍ରମେ ମଞ୍ଜୁରୀ ଦେଇଛି । ଏହାକୁ ଅନୁମତି ମିଳିବା ପରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବ । ଏହା ପରେ ଏହି ମାଇକ୍ରୋ ବ୍ଲଗିଙ୍ଗ ସାଇଟ ପବ୍ଲିକରୁ ପ୍ରାଇଭେଟ ହୋଇଯିବ ।

ନିକଟରେ ଏଲନ ମସ୍କ ଟ୍ୱିଟରର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ଟ୍ୱିଟରର ଭବିଷ୍ୟତ ଉପରେ ଚର୍ଚ୍ଚା କରିଥିଲେ । ଏଥିରେ ସେ ଟିକଟିକ ଓ ୱିଚାଟରୁ ଶିଖିବାକୁ କହିଥିଲେ । ମଙ୍ଗଳବାର ଏସଇସି ଫାଇଲିଂ ବେଳେ ଟ୍ୱିଟର ଡିଲକୁ ବୋର୍ଟ ମଞ୍ଜୁରୀ ମିଳିଥିବା ସୂଚନା ଦେଇଥିଲା । ମସ୍କ କତାର ଇକୋନୋମିକ୍ସ ଫୋରମରେ ସାକ୍ଷାତକାର ବେଳେ କହିଥିଲେ ସେୟାର ହୋଲ୍ଡରଙ୍କ ଆପ୍ରୁଭାଲ ଡିଲ ବେଳେ ସବୁଠାରୁ ବଡ ସମସ୍ୟା । ତେବେ ବର୍ତ୍ତମାନ ମାମଲା ଶେଷ ହୋଇଛି । ବୋର୍ଡ ମଞ୍ଜୁରୀ ଦେବା ପରେ ଏହି ସମସ୍ତ ଶଙ୍କା ଦୂର ହୋଇଛି ।

ସେପଟେ ସିଇଓ ପରାଗ ଅଗ୍ରୱାଲଙ୍କୁ ହଟାଇବା ଏତେ ସହଜ ନୁହେଁ । ରିପୋର୍ଟ ଅନୁସାରେ ଟ୍ୱିଟର ଡିଲ ହେବା ପରେ ୧୨ ମାସ ମଧ୍ୟରେ ପରାଗଙ୍କୁ ଯଦି ବାହାର କରାଯାଏ ତେବେ ତାଙ୍କୁ ୪.୨ କୋଟି ଡଲାର ବା ପାଖାପାଖି ୩୨୮ କୋଟି ଟଙ୍କା ମିଳିବ ।