ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣା ପରେ ଟ୍ରେନରେ ଯିବାକୁ ଡରୁଛନ୍ତି ଯାତ୍ରୀ । ଟିକେଟ୍ ଟଙ୍କା ଫେରାଇନେବାକୁ ଷ୍ଟେସନ୍ ଟିକେଟ୍ କାଉଣ୍ଟରରେ ଭିଡ ।  

236

କନକ ବ୍ୟୁରୋ: ବିଜୟନଗରମ ଟ୍ରେନ୍ ଦୁର୍ଘଟଣା ପରେ ଭୟଭୀତ ହୋଇପଡ଼ିଛନ୍ତି ଯାତ୍ରୀ । ଟ୍ରେନ୍ରେ ଯାତ୍ରା କରିବାକୁ ଡରୁଛନ୍ତି । ଦୁର୍ଘଟଣା ପରେ ଆଜି ଷ୍ଟେସନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବିଶେଷକରି ଯାତ୍ରୀମାନେ ଟ୍ରେନ୍ ଟିକେଟ୍ କ୍ୟାନସେଲ୍ କରିବାକୁ କାଉଣ୍ଟରରେ ଧାଡ଼ି ଲଗାଇଛନ୍ତି । ଟିକେଟ୍ ଟଙ୍କା ଫେରସ୍ତ କରିବାକୁ କହିଛନ୍ତି ଯାତ୍ରୀମାନେ ।

ଯେଉଁଭଳି ଭାବେ ଟ୍ରେନ୍ରେ ଦୁର୍ଘଟଣା ଘଟୁଛି, ଆଉ ଲୋକଙ୍କ ଜୀବନ ଯାଉଛି, ତାକୁ ନେଇ ଯାତ୍ରୀ ଭୟଭୀତ ଅଛନ୍ତି । ଏହା ପୂର୍ବରୁ ବାହାନଗା ଟ୍ରେନ୍ ଦୁର୍ଘଟଣା ପାଖାପାଖି ୩୦୦ ଲୋକଙ୍କ ଜୀବନ ନେଇଥିଲା । ଯଦିଓ ଲୋକେ ସେହି ଦୁର୍ଘଟଣାକୁ କିଛି ମୁହୂର୍ତ୍ତ ପାଇଁ ଭୁଲିଯାଇଥିଲେ, କିନ୍ତୁ ରବିବାର ଘଟିଥିବା ଦୁର୍ଘଟଣା ପୁଣିଥରେ ତାକୁ ପୁଣି ତାଜା କରିଦେଇଛି । ଯାତ୍ରୀ ପୁଣି ଭୟରେ ।