ପାଣ୍ଡିଆନ୍ ଦେଲେ ମୋଦୀଙ୍କୁ ନିମନ୍ତ୍ରଣ: କହିଲେ, ନବୀନଙ୍କ ଶପଥଗ୍ରହଣ ଉତ୍ସବକୁ ଆସିବେ

420

କନକ ବ୍ୟୁରୋ: ଆଜି ବୀରମିତ୍ରପୁରରେ ପ୍ରଚାର କରୁଛନ୍ତି ଭିକେ ପାଣ୍ଡିଆନ୍ । ପ୍ରଚାର କରିବା ସହ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ୍ । ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ରହି ବିଜେଡିକୁ ଟାର୍ଗେଟ କରିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ଭିକେ ପାଣ୍ଡିଆନ୍ । ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶପଥଗ୍ରହଣ ଉତ୍ସବକୁ ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ଭିକେ ପାଣ୍ଡିଆନ୍ ।

ଭିକେ ପାଣ୍ଡିଆନ୍ କହିଛନ୍ତି, ଜୁନ ୧୦ ତାରିଖରେ ବିଜେପି ସରକାର ଗଢିବ ବୋଲି ଆପଣ କହିଥିଲେ । ଆମ ମୁଖ୍ୟମନ୍ତ୍ରୀ ତାର ଜବାବ ଦେଲେ ବିଜେପିର ଅଭ୍ୟାସ ଅଛି ଦିନରେ ସ୍ୱପ୍ନ ଦେଖିବା । ଆପଣଙ୍କୁ ବିନମ୍ର ସହ କହିବି ଓଡିଶାବାସୀଙ୍କ ଭଲ ପାଇବା, ଓଡିଶାବାସୀଙ୍କ ସ୍ନେହ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ଜୁନ ୯ ତାରିଖରେ ୧୧.୩୦ରୁ ୧ଟା ଭିତରେ ଆମ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଆପଣଙ୍କୁ ଅନୁରୋଧ ରହିଲା ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ । ଆଉ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା କରିବେ , ଓଡିଶା ପାଇଁ ସ୍ପେଶାଲ ପ୍ୟାକେଜ କରିବେ, ଓଡିଶା କୋଲ ରୟାଲଟିକୁ ବୃଦ୍ଧି କରିବେ । ଆପଣ ଆସନ୍ତୁ ଜୁନ ୯ରେ ଏ ସବୁ ଘୋଷଣା କରନ୍ତୁ । ଓଡିଶାବାସୀ ଖୁସି ହେବେ ଆଉ ଆପଣ ୪୦୦ ପାର ବି ହେବେ ।