ନୂଆ ଅଧ୍ୟକ୍ଷକୁ ନେଇ ହେଲାନି ନିଷ୍ପତ୍ତି: ସୋନିଆ ଗାନ୍ଧୀ ହିଁ ସମ୍ଭାଳିବେ କଂଗ୍ରେସର କମାଣ 

155

କନକ ବ୍ୟୁରୋ: ୫ ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଆଜି ବୈଠକ ଅନୁଷ୍ଠିତ ହୋଇଛି । ଯାହାର ଅଧ୍ୟକ୍ଷତା ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କରିଥିଲେ । ତେବେ ଏହି ବୈଠକରେ ନିଷ୍ପତ୍ତି ହୋଇଛି କି ସୋନିଆଙ୍କ ନେତୃତ୍ୱରେ ହିଁ ଦଳ ଆଗକୁ ବଢିବ । ଏହି ନିଷ୍ପତ୍ତି ଦଳର ସମସ୍ତ ସଦସ୍ୟ ସହମତି ପ୍ରକାଶ କରିଥିଲେ ।

ବୈଠକ ଶେଷ ହେବା ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଥିଲେ, ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ବଢିବ । ଦଳର ଭବିଷ୍ୟତ ନେଇ ମଧ୍ୟ ନିଷ୍ପତ୍ତି ନେବେ ସୋନିଆ । ସୋନିଆଙ୍କ ନିଷ୍ପତ୍ତି ଉପରେ ଆମର ଭରସା ଅଛି ।

ଏହି ବୈଠକରେ ସୋନିଆ ଗାନ୍ଧୀ କହିଥିଲେ, କିଛି ଲୋକଙ୍କୁ ଲାଗୁଛି ଗାନ୍ଧୀ ପରିବାର ଯୋଗୁଁ ପାର୍ଟି ଦୁର୍ବଳ ହେଉଛି । ଯଦି ସମସ୍ତଙ୍କୁ ଏମିତି ଲାଗୁଛି ତେବେ ମୁଁ କିଛି ବି ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି । ଆମର ପ୍ରଥମ ଲକ୍ଷ୍ୟ କଂଗ୍ରେସକୁ ଶକ୍ତିଶାଳୀ କରିବା । ତେବେ ଏଥିରେ ସୋନିଆ ଇସ୍ତଫା ପତ୍ର ମଧ୍ୟ ଦେଖାଇଥିବା ସୂଚନା ମିଳିଛି ।