ଭାରତରେ ଦୃଶ୍ୟମାନ ହେଲା ଶେଷ ସୂର୍ଯ୍ୟପରାଗ, ବିଭିନ୍ନ ସ୍ଥାନରେ ଦେଖୁଛନ୍ତି ଲୋକେ।

336

କନକ ବ୍ୟୁରୋ: ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିସାରିଛି । ଏହା ଆଂଶିକ ସୂର୍ଯ୍ୟପରାଗ ଯାହା ୟୁରୋପ, ଉତ୍ତର ପୂର୍ବ ଆଫ୍ରିକା ଏବଂ ପଶ୍ଚିମ ଏସିଆର କିଛି ଅଞ୍ଚଳରେ ଦୃଶ୍ୟମାନ ହେଉଛି । ଭାରତରେ ବର୍ତ୍ତମାନ ସୁଦ୍ଧା ନୂଆଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ଚେନ୍ନାଇ, ଉଜୈନ ଭଳି ଅଞ୍ଚଳରେ ଦେଖାଯାଇସାରିଛି । ଭାରତର ସୂର୍ଯ୍ୟପରାଗ ପାଖାପାଖି ଏକ ଘଣ୍ଟା ୪୦ ମିନିଟ ରହିବ ।

ସୂର୍ଯ୍ୟପରାଗ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨ଟା ୨୯ ମିନିଟରେ ଆଇସଲାଣ୍ଡରେ ଦୃଶ୍ୟମାନ ହୋଇଥିଲା । ଏହା ଆରବ ସାଗରେ ସନ୍ଧ୍ୟା ୬ଟା ୨୦ ମିନିଟରେ ଶେଷ ହେବ । ଭାରତରେ ଏହି ସୂର୍ଯ୍ୟପରାଗ ଅପରାହ୍ନ ୪ ଟା ୨୯ ମିନିଟରୁ ଆରମ୍ଭ ହୋଇସାରିଛି । ଯାହା ସନ୍ଧ୍ୟା ୬ଟା ୯ ମିନିଟରେ ଶେଷ ହେବ ।