ଅର୍ନ୍ତଜାତୀୟ ଫୁଟବଲରୁ ସୁନୀଲ ଛେତ୍ରିଙ୍କ ଅବସର ଘୋଷଣା: ଶେଷଥର ପାଇଁ ଖେଳିବେ ଫିପା ବିଶ୍ୱକପ ଯୋଗ୍ୟତା ମ୍ୟାଚ

110

କନକ ବ୍ୟୁରୋ: ଅବସର ଘୋଷଣା କଲେ ଭାରତୀୟ ଫୁଟବଲର ସୁନୀଲ ଛେତ୍ରୀ । ଜୁନ୍ ୬ ତାରିଖରେ ଖେଳାଯିବାକୁ ଥିବା କୁଏତ-ଭାରତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପରେ ଅନ୍ତର୍ଜାତୀୟ ଫୁଟବଲରୁ ସେ ଅବସର ଘୋଷଣା କରିବେ ବୋଲି ଘୋଷଣା କରିଛନ୍ତି । ବର୍ତମାନ ଭାରତୀୟ ଫୁଟବଲ ଦଳର ଅଧିନାୟକ ଭାବେ ଦାୟିତ୍ୱରେ ରହିଛନ୍ତି ସୁନୀଲ ଛେତ୍ରୀ । ୨୦ ବର୍ଷର କ୍ୟାରିୟରରେ ସୁନୀଲ ମୋଟ ୧୫୦ଟି ମ୍ୟାଚ ଖେଳିବା ସହ ୯୦ଟି ଗୋଲ ଦେଇଛନ୍ତି । ୨୦୦୫ରେ ନିଜ ଫୁଟବଲ କ୍ୟାରିୟରରେ ଆରମ୍ଭ କରିଥିଲେ ସୁନୀଲ । ଅନେକ କିର୍ତୀମାନ ହାସଲ କରିଥିବା ଏହି ଫୁଟବଲରଙ୍କୁ ପଦ୍ମଶ୍ରୀ ଓ ଖେଳରତ୍ନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି ।