ବାଲେଶ୍ୱରରେ ଚାଲି ଚାଲି ପ୍ରଚାର କରୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଘରକୁ ଘର ଯାଇ ଲୋକଙ୍କୁ କରୁଛନ୍ତି ଭୋଟ ଅପିଲ ।

133

କନକ ବ୍ୟୁରୋ: ବାଲେଶ୍ୱରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଜୋରଦାର ପ୍ରଚାର । ସକାଳୁ ସକାଳୁ ପ୍ରଚାର ଆରମ୍ଭ କରିଦେଇଛନ୍ତି ରେଳମନ୍ତ୍ରୀ । ଚାଲି ଚାଲି ସଦର ମହକୁମାର ୧ ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କ ସହ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ, ସଦର ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ମଧ୍ୟ ସାମିଲ ହୋଇଛନ୍ତି । ରେଳ ମନ୍ତ୍ରୀଙ୍କୁ ଦେଖି ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଫୁଲ, ଚନ୍ଦନରେ ବନ୍ଦାପନା କରି ଲୋକେ ସ୍ୱାଗତ କରିଥିଲେ ।