ଆପ୍ ନେତା ମନୀଷ ଶିଶୋଦିଆଙ୍କୁ ହାଇକୋର୍ଟଙ୍କ ଝଟକା । କହିଲେ, ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ମିଳିପାରିବନି ବେଲ୍ ।

107

କନକ ବ୍ୟୁରୋ:  ଆପ୍ ନେତା ମନୀଷ ସିସୋଦୀୟାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଶକ୍ତ ଝଟକା ଲାଗିିଛି । କୋର୍ଟ ମନୀଷ ସିସୋଦୀୟାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ଗତ ୧୪ ତାରିଖରେ ଜଷ୍ଟିସ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ଖଣ୍ଡପୀଠ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ସିସୋଦୀୟା ମନିଲଣ୍ଡରିଂ ଓ ଦୁର୍ନୀତି ମାମଲାରେ ତଳକୋର୍ଟଙ୍କ ଜାମିନ ଆବେଦନ ଖାରଜ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆଜି ଜାମିନ ଆବେଦନର ରାୟ ପ୍ରକାଶ କରି ଖଣ୍ଡପୀଠ ଜାମିନ ଦେବାକୁ ମନା କରିଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଏପରି ସମୟରେ ଆସିଛି, ଯେତେବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ୨୧ ଦିନିଆ ଅନ୍ତରୀଣ ଜାମିନ ମିଳିଛି ।

ଜଷ୍ଟିସ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ଖଣ୍ଡପୀଠ ସିସୋଦୀୟାଙ୍କ ଆବେଦନକୁ ଖାରଜ କରି କହିଛନ୍ତି, ମନୀଷ ସୋସିଦୀୟା କ୍ଷମତାର ଅପବ୍ୟବହାର କରି ଅବକାରୀନ ନୀତି ତିଆରି କରି ଜନତାଙ୍କ ବିଶ୍ୱାସକୁ ଭାଙ୍ଗିଛନ୍ତି । ସୋସିଦୀୟାଙ୍କୁ ଜାମିନ ମିଳିଲେ ପ୍ରମାଣ ନଷ୍ଟ ହେବାର ଆଶଙ୍କା ରହିଛି, ସାକ୍ଷୀଙ୍କୁ ପ୍ରଭାବିତ କରିବା ସମ୍ଭାବନାକୁ ମଧ୍ୟ ଏଡାଇ ଦେଇହେବ ନାହିଁ । ମନୀଷ ସୋସିଦୀୟା ଦିଲ୍ଲୀ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ ଓ ତାଙ୍କ ଅଧିନରେ ୧୮ଟି ବିଭାଗ ରହିଥିଲା । ଏଥିରେ ସ୍ପଷ୍ଟ ହେଉଛି ଦିଲ୍ଲୀ ସରକାରରେ ସିସୋଦୀୟା କ୍ଷମତାର କେନ୍ଦ୍ର ଥିଲେ । ତେଣୁ ତାଙ୍କୁ ଜାମିନ ଆବେଦନକୁ ଖାରଜ କରାଯାଇଥିବା କହିଛନ୍ତି ଦିଲ୍ଲୀ ହାଇକୋର୍ଟ ।