ଆଉ ମାତ୍ର ୧୧ ଦିନ ଘୋଷଯାତ୍ରା ! ଚାଲିଛି ଯୋଖା ହଣା, ନାଟଗୁଡୁ କାମ

ରଥଯାତ୍ରା ପାଖେଇ ପାଖେଇ ଆସୁଛି

74

କନକ ବ୍ୟୁରୋ : ରଥଯାତ୍ରା ପାଖେଇ ପାଖେଇ ଆସୁଛି। ରଥଖଳା ମଧ୍ୟ ସେହି ପରି ଭାବରେ ଚଳଚଞ୍ଚଳ ହୋଇପଡିଛି । ସଠିକ ସମୟରେ କାମ ସାରିବା ଲାଗି ମହରଣା ସେବାୟତମାନେ ଦିନରାତି ଏକ କରି କାମ କରୁଛନ୍ତି । ସେପଟେ ରଥ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ଜୋରଦାର ପ୍ରସ୍ତୁତି କରାଯାଉଛି । ଶାନ୍ତିଶୃଙ୍ଖଳା ସହ ଯାତ୍ରା କରିବା ଲାଗି ପ୍ରସ୍ତୁତି ହେଉଛି ବ୍ଲୁ ପ୍ରିଣ୍ଟ ।

ଆଉ ୧୧ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ବିଶ୍ବକର୍ମାମାନେ ସେବକମାନେ ରଥଖଳାରେ ଯୋଖା ହଣା କାମକୁ ଆଗେଇ ନେଇଛନ୍ତି। ନନ୍ଦିଘୋଷ ରଥର ଯୋଖା ହଣା କାର୍ଯ୍ୟ ଶେଷ ହୋଇଥିବାବେଳେ ବାକି ଦୁଇ ତାଳଧ୍ବଜ ଓ ଦର୍ପଦଳନର ଯୋଖାହଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ଚିତ୍ରକର ସେବକମାନେ ନାଟଗୁଡ଼ୁ କାମକୁ ଆଗେଇ ନେଇଛନ୍ତି। ଚିତ୍ରକର ସେବକମାନେ ପାର୍ଶ୍ବଦେବାଦେବୀଙ୍କ ମୂର୍ତିରେ ରଙ୍ଗ କାମକୁ ଆଗେଇ ନେଇଛନ୍ତି। ଓଝା ସେବକମାନେ ଗୟଳ, ଯୋଖା ଆଦି କଣ୍ଟା କାମକୁ ଆଗେଇ ନେଇଛନ୍ତି।