ଗାନ୍ଧୀ ମାର୍ଗରେ ଗର୍ଜିଲେ ଆଉଟ ସୋର୍ସିଂ କର୍ମଚାରୀ । ୨୫ ପ୍ରତିଶତ ଦରମା ବୃଦ୍ଧି ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନକରିବାରୁ ପ୍ରତିବାଦ

133

କନକ ବ୍ୟୁରୋ : ଗାନ୍ଧି ମାର୍ଗରେ ଆଉଟସୋର୍ସିଂ ସଂଘର ବିଶାଳ ରାଲି । ଆଉଟସୋର୍ସିଂ ଉଚ୍ଛେଦ ଦାବିରେ ସାମିଲ ହେଲେ ପ୍ରାୟ ୩୦ହଜାରରୁ ଅଧିକ କର୍ମଚାରୀ । ଦୀର୍ଘ ବର୍ଷ ଧରି ସରକାରଙ୍କ ପାଖରେ ଏହି କର୍ମଚାରୀମାନେ ନିଜର ଦାବି ଜଣାଇ ଆସୁଛନ୍ତି । ପ୍ରତିଥର ମିଳୁଛି ପ୍ରତିଶ୍ରୁତି । ହେଲେ ପ୍ରତିଶ୍ରୁତି ଏଯାଏ ପୂରଣ ହୋଇପାରୁନି ।
୨୦୨୧ରେ ମୁଖ୍ୟମନ୍ତ୍ରୀ ଆଉଟସୋର୍ସିଂ କର୍ମଚାରୀଙ୍କୁ ଡାକି ୨୫ ପ୍ରତିଶତ ଦରମା ବୃଦ୍ଧି ସହିତ ମୂଳ ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ପୂରଣ ହୋଇପାରିଲାନାହିଁ । ଯାହାର ପ୍ରତିବାଦ କରିବା ସହିତ ଏକ ବିଶାଳ ରାଲି ବାହାରିଛି । ଯେଉଁଥିରେ ହଜାର ହଜାର କର୍ମଚାରୀ ସାମିଲ ହୋଇଛନ୍ତି ।