ଆଜି ସରିବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ସଂଧ୍ୟାରେ ଦେଶବାସୀଙ୍କୁ କରିବେ ସମ୍ବୋଧନ

93

କନକ ବ୍ୟୁରୋ : ଆଜି ସରୁଛି ଚତୁର୍ଦ୍ଦଶ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ଆଜି ସଂଧ୍ୟା ୭ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ବିଦାୟୀ ରାଷ୍ଟ୍ରପତି । ଗତକାଲି ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂସଦର ସେଂଟ୍ରାଲ ହଲରେ ଆୟୋଜିତ ବିଦାୟ ସମାରୋହରେ ଏକାଠି ହୋଇଥିଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ଉଭୟ ସଦନର ସାଂସଦ ଏବଂ ବିଶେଷ ଅତିଥି । ରାଷ୍ଟ୍ରପତି ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ରାମନାଥ କୋବିନ୍ଦ ।

ସେ କହିଛନ୍ତି, ପ୍ରତି ଘରେ ଯେମିତି ମତଭେଦ ରହିଛି ସେହିପରି ସାଂସଦଙ୍କ ମଧ୍ୟରେ ମତଭେଦ ଥାଇପାରେ । ମତଭେଦକୁ ଭୁଲି ଦେଶର ସ୍ୱାର୍ଥରେ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ କରିଛନ୍ତି କୋବିନ୍ଦ । ଏଥିସହ ସେ ପାଂଚ ବର୍ଷର ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି । ସେହିପରି ଲୋକସଭାର ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ରାମନାଥ କୋବିନ୍ଦ ରାଷ୍ଟ୍ରପତି ହୋଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ଭଳି ବ୍ୟବହାର ସମସ୍ତଙ୍କ ହୃଦୟ ଜିତିଛି । ଶୁକ୍ରବାର ଦିଲ୍ଲୀ ସ୍ଥିତ ହୋଟେଲ ଅଶୋକାରେ ରାଷ୍ଟ୍ରପତିଙ୍କ ସମ୍ମାନରେ ଏକ ରାତ୍ରୀକାଳୀନ ଭୋଜିର ଆୟୋଜନ କରାଯାଇଥିଲା । ଏଥିରେ ବହୁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସାମିଲ ହୋଇଥିଲେ ।