ଡ୍ରାଇଭରଙ୍କୁ ମିଳିନି ଦରମା । ବାଦାମବାଡି ବସଷ୍ଟାଣ୍ଡରେ ଧାରଣା ଦେଲେ ଓଏସଆରଟିସି ଡ୍ରାଇଭର ।

181

କନକ ବ୍ୟୁରୋ: ମାସକର ଦରମା ମିଳି ନଥିବାରୁ ଓଏସଆରଟିସି ଡ୍ରାଇଭର ଓ କଣ୍ଡକ୍ଟରଙ୍କ ପ୍ରତିବାଦ । ତୁରନ୍ତ ଦରମା ପ୍ରଦାନ କରିବା ଦାବିରେ କଟକ ବାଦାମବାଡ଼ି ପୁରୁଣା ବସଷ୍ଟାଣ୍ଡରେ ଧାରଣାରେ ବସିଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । କର୍ମଚାରୀଙ୍କ ପ୍ରତିବାଦ ପାଇଁ ସରକାରୀ ବସ ଚଳାଚଳ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ବଢ଼ିଛି । ଏହି କର୍ମଚାରୀମାନଙ୍କୁ ଏକ ଘରୋଇ ଠିକା ସଂସ୍ଥା ପକ୍ଷରୁ ନିଯୁକ୍ତ କରାଯାଇଥିବା ବେଳେ ସେମାନଙ୍କୁ ଫେବ୍ରୁଆରୀ ମାସର ଦରମା ମିଳି ନାହିଁ । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର ।