ଓସ୍କାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ହାତରେ ଓଲିଉଡ କଳାକାରଙ୍କ ଫଟୋ : କ୍ରାଇମବ୍ରାଂଚ କାର୍ଯ୍ୟାଳୟ ଆଗରେ ଗୁଜରାଟ ଜମାକାରୀଙ୍କ ବିକ୍ଷୋଭ

20

କନକ ବ୍ୟୁରୋ : ଓଡ଼ିଶା ରାଜରାସ୍ତାରେ ଗୁଜରାଟ ଜମାକାରୀଙ୍କ ବିକ୍ଷୋଭ । ଜମା ଟଙ୍କା ଫେରି ପାଇବା ଦାବିରେ କ୍ରାଇମ ବ୍ରାଂଚ ଅଫିସ ସମ୍ମୁଖରେ ଦେଲେ ଧାରଣା ଦେଲେ ଜମାକାରୀ । ହାତରେ ଓଲିଉଡର ନାମୀଦାମୀ ଷ୍ଟାରଙ୍କ ଫଟୋକୁ ଧରି ବିକ୍ଷୋଭ କରୁଛନ୍ତି ଗୁଜରାଟର ଜମାକାରୀ । ଜମା ଟଙ୍କା ପାଇବା ଆଶାରେ ଦୁଇଦିନ ହେଲା ଓଡିଶା ରାଜରାସ୍ତା ପାଖରୁ ଆରମ୍ଭ କରି କ୍ରାଇମ୍ ବ୍ରାଚଂ ଅଫିସ ଯାଏଁ ସବୁଠି କରୁଛନ୍ତି ବିଷୋଭ । ଓଲିଉଡର ସୁପରଷ୍ଟାରଙ୍କ ଫଟୋକୁ ଧରି ଆନ୍ଦୋଳନ କରୁଥିବାବେଳେ କ୍ୟାମେରା ଆଗରେ ବଖାଣିଛନ୍ତି ସେମାନଙ୍କ ଦୁଃଖ କାହାଣୀ । ଅଭିଯୋଗ କରିଛନ୍ତି, ଏହି ସବୁ କଳାକାରମାନେ ଟଙ୍କା ଜମା କରିବା ପାଇଁ ପ୍ରଭାବିତ କରିଥିଲେ । ଯାହାର କରୁଣ ପରିଣାମ ଭୋଗୁଛନ୍ତି ସେମାନଙ୍କ ପରିବାର ।

ଓସ୍କାର ଚିଟଫଣ୍ଡରେ ଟଙ୍କା ଜମା କରିବାକୁ ପ୍ରଲୋଭିତ କରିବା ଅଭିଯୋଗରେ ଓଲିଉଡର ବହୁ ନାମୀ ଦାମୀ କଳାକାରଙ୍କ ନାଁ ମଧ୍ୟ ସଂଦେହ ଘେରକୁ ଆସିଥିଲା । ଉତ୍ତମ ମହାନ୍ତି, ପପୁ ପମପମ, ଜିନା, ଲିପି ଆଦି ଓଲିଉଡର କଳାକାର ଗୁଜରାଟର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଓସ୍କାର ପାଇଁ ପ୍ରଚାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଆଜି ଏହି ସବୁ କଳାକାରଙ୍କ ଫଟୋକୁ ଧରି ବିଷୋଭ କରିଥିବା ବେଳେ କାହିଁକି ସେମାନଙ୍କ ଉପରେ ବି କୌଣସି ଆକ୍ସନ ନିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଗୁଜରାଟର କ୍ଷତିଗ୍ରସ୍ତ ଜମାକାରୀ ।

ଓସ୍କାର ଠକେଇର ତଦନ୍ତ କରୁଛି କ୍ରାଇମବ୍ରାଂଚର ଇଓଡବ୍ଲୁ । ଗତବର୍ଷ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତଙ୍କୁ ଗିରଫ କରାଯାଇଥିଲା । ଓସ୍କାର ଠକେଇର ତଦନ୍ତ ଚାଲିଥିଲା ହେଲେ କିପରି କ୍ଷତିଗ୍ରସ୍ତ ସେମାନଙ୍କ ଟଙ୍କା ଫେରିପାଇବେ, ଏ ନେଇ କେହି ଚିନ୍ତା କରୁନଥିବା ଅଭିଯୋଗ ହୋଇଛି ।