ଏକତରଫା ପ୍ରେମ କରି ନାବାଳିକା ବେକରେ ଛୁରି ମାରିଲା ପ୍ରେମିକ ! ଯୁବକକୁ ଗଛରେ ବାନ୍ଧି ପିଟିଲେ ଝିଅର ପରିବାର

61

କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ଏକ ତରଫା ପ୍ରେମ । ରୋଡ୍ ରୋମିଓକୁ ଗଛରେ ବାନ୍ଧି ପିଟିଲେ ଝିଅଙ୍କ ପରିବାର ଲୋକ । ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । କଲେଜ ଯାଉଥିବା ଝିଅକୁ ବାରମ୍ବାର ପ୍ରେମ ନିବେଦନ କରୁଥିଲା ଏହି ଯୁବକ । ଆଉ ମନା କରିଦେବାରୁ ଉତ୍ତ୍ୟକ୍ତ ହୋଇ ନାବାଳିକାର ବେକରେ ଛୁରି ଲଗାଇ ଦେଲା । ଏଥିରେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆଉ ଏପଟେ ଯୁବକକୁ କାବୁ କରି ନିର୍ଧୁମ୍ ମାଡ଼ ମାରିବା ସହ ପୁଲିସକୁ ଦେଇଛନ୍ତି ପରିବାର ଲୋକ ।

ଏହି ରୋମିଓ ଜଣକ ହେଉଛନ୍ତି ଯାଜପୁର ବିଂଝାରପୁର ଅଂଚଳର । ପୂର୍ବରୁ ନିଜ ଗାଁରେ ବି ଜଣେ ନାବାଳିକାକୁ ପ୍ରେମ କରି ଅଡୁଆରେ ପଡ଼ିଥିଲେ । ଆଉ ମାମଲା ଥାନାକୁ ଯିବାରୁ ଅଣ୍ଡରଟେକିଂ ଦେଇ ଘରକୁ ଫେରିଥିଲେ । ହେଲେ ପ୍ରେମ ନିଶା ଛାଡ଼ି ନଥିଲା । ଏବେ ଝିଅଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତି କରି ଦଫା ୩୦୭, ୩୫୪ ଏବଂ ୧୨ ପକ୍ସୋ ଆକ୍ଟରେ କୋର୍ଟ ଚାଲଣ କରିଛି । ଏହି ରୋମିଓର ଛୁରା ଆକ୍ରମଣରେ ଏବେ ନାବାଳିକା ଜଣ ଗୁରତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଉ ଏକ ତରଫା ପ୍ରେମରୁ ଯୁବକଙ୍କ ଏଭଳି ଉଦ୍ଧତକାଣ୍ଡ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଦେଖନ୍ତୁ ଏହି ଭିଡିଓ –