ଜଟଣୀ ଫ୍ଲାଇ ଓଭର ନିର୍ମାଣ ବିବାଦ : ଆଇନର ଲଢେଇ ପରେ ଶେଷରେ ଭଙ୍ଗା ହେଲା ବିବାଦୀୟ କୋଠା

229

କନକ ବ୍ୟୁରୋ : ଜଟଣୀ ଫ୍ଲାଇଓଭର ନିର୍ମାଣରେ ବାଧକ ସାଜିଥିବା କୋଠାକୁ ଶେଷରେ ଆଇନର ଲଢେଇ ପରେ ଭଙ୍ଗାଯାଇଛି । ଏହାପରେ ଦୀର୍ଘଦିନଧରି ଅଟକି ଥିବା ଜଟଣୀ ଫ୍ଲାଇଓଭର କାମ ଏବେ ଆରମ୍ଭ ହେବ । ଫ୍ଲାଇଓଭରର ଉଭୟ ପଟ କାମ ଏକପ୍ରକାର ସରିଥିବାବେଳେ ଏହି କୋଠା ଯୋଗୁଁ ବାକି ନିର୍ମାଣ କାମ ଅଟକିଥିଲା ।

ବ୍ରିଜ କାମ ଦିର୍ଘଦିନ ହେଲା ସରିନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ରାଜରାସ୍ତାକୁ ଓହ୍ଲାଇଥିଲେ । ଶେଷରେ ଆଇନର ଲଢେଇ ପରେ ବାଧକ ସାଜିଥିବା କୋଠାକୁ ଭାଙ୍ଗିଛି ପ୍ରଶାସନ । ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଉପସ୍ଥିତିରେ କୋଠାକୁ ଭଙ୍ଗାଯାଇଥିଲା । ସୂଚନାଯୋଗ୍ୟ ଯେ ୨୦୧୫ ମସିହାରୁ ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ଦୀର୍ଘ ୮ ବର୍ଷ ବିତିବା ପରେ ବି କାମ ଶେଷ ହୋଇପାରୁନାହିଁ ।