ଯୁଦ୍ଧ ଭିତରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ‘ଅପରେସନ ଅଜୟ’ରେ ଫେରୁଛନ୍ତି ଭାରତୀୟ

90

କନକ ବ୍ୟୁରୋ : ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ‘ଅପରେସନ ଅଜୟ’ରେ ଦେଶକୁ ୨ୟ ପଯ୍ୟାୟରେ ଫେରିଛନ୍ତି ୨୩୫ ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ତେଲ ଅବିବରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଛନ୍ତି ଇସ୍ରାଏଲରେ ରହୁଥିବା ଭାରତୀୟ । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି ରହିଛନ୍ତି । କେନ୍ଦ୍ର ସରକାରଙ୍କ ‘ଅପରେସନ୍ ଅଜୟ’ ଜରିଆରେ ସବୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ଚାଲିିଛି ଉଦ୍ୟମ । ଦୁଇ ଦିନରେ ଦୁଇଟି ପର୍ଯ୍ୟାୟରେ ୪୪୭ଜଣ ଭାରତୀୟ ଫେରିଛନ୍ତି । ଶୁକ୍ରବାର ରାତିରେ ୨୩୫ ଜଣ ଭାରତୀୟ ତେଲ ଅବିବ୍ ବିମାନ ବନ୍ଦରରୁ ବାହାରିଥିଲେ । ଆଜି ସକାଳେ ସମସ୍ତେ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଛନ୍ତି ।

ବିମାନରେ ପହଂଚିବା ପରେ ‘ବନ୍ଦେ ମାତରମ’ ସ୍ଲୋଗାନ ଦେଇଥିଲେ ଭରତୀୟ । ଯୁଦ୍ଧର ବିଭୀଷିକା ଭିତରେ ସ୍ୱଦେଶ ଫେରିବାରୁ ଆଶ୍ୱସ୍ତ ହୋଇଛନ୍ତି । ଦିଲ୍ଲୀରେ ପହଂଚିବା ପରେ ଭାରତୀୟମାନେ ଯୁଦ୍ଧଭୂମିର ଅନୁଭୂତି ବଖାଣିଛନ୍ତି । ଯୁଦ୍ଧ ଭିତରେ କେମିତି ଓ କେଉଁଠି ରହୁଥିଲେ, ସେସବୁ କହିଛନ୍ତି । ସାଇରନ ବାଜିଲେ କିପରି ବଙ୍କର ଭିତରକୁ ଯାଇ ଜୀବନ ବଂଚାଇବାକୁ ପଡ଼ୁଥିଲା ତାହା ବର୍ଣ୍ଣନା କରିଛନ୍ତି । ଏହାସହ ଅପରେସନ୍ ଅଜୟକୁ ଖୁବ୍ ପ୍ରଶଂସା କରିଛନ୍ତି ଇସ୍ରାଏଲରୁ ଆସିଥିବା ଭାରତୀୟ ।

ଯୁଦ୍ଧକୁ ପୂରିଛି ୮ଦିନ । କିଭଳି ସୁରକ୍ଷିତ ଭାବେ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯିବ ସେନେଇ ଭାରତ ସରକାର ତୁରନ୍ତ ପଦକ୍ଷେପ ନେଇଥିଲେ । ଏନେଇ ସରକାର ଅପରେସନ ଅଜୟ ଆରମ୍ଭ କରି ସମସ୍ତ ଭାରତୀୟଙ୍କୁ ଇସ୍ରାଏଲରୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।