ଏକମାତ୍ର ମୁସଲମାନ ଦେଶ, ଯେଉଁଠି ହିନ୍ଦୁ ନାମରେ ଅଛି ବିମାନବନ୍ଦର । ପୂଜା ପାଉଛନ୍ତି ହିନ୍ଦୁ ଦେବୀ ଓ ଦେବତା

3,208

କନକ ବ୍ୟୁରୋ : ଇଣ୍ଡୋନେସିଆ ହେଉଛି ଏକ ମୁସଲମାନ ଦେଶ ଯାହାର ମୁଖ୍ୟ ବିମାନବନ୍ଦରର ନାମ ହେଉଛି ଗସ୍ତି ନାଗୁର ରାୟ ଅନ୍ତର୍ଜାତୀୟ ବିମାନବନ୍ଦର, ଯାହାର ନାମ ହିନ୍ଦୁ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ କରାଯାଇଛି । ଏବଂ ସେଠାକାର ବିମାନବନ୍ଦରରେ ହିନ୍ଦୁ ଦେବତା ଏବଂ ଦେବୀଙ୍କର ଅନେକ ମୂର୍ତ୍ତି ରହିଛି । ବିଶେଷ କରି ଭଗବାନ ବିଷ୍ଣୁ ଏବଂ ତାଙ୍କ ବାହାନ ଗରୁଡ ସେଠାରେ ପୂଜା ପାଇଥାନ୍ତି ।

ଇଣ୍ଡୋନେସିଆର ବାଲିଠାରେ ରହିଛି ଏହି ବିମାନବନ୍ଦର । ଏହି ବିମାନବନ୍ଦରର ନାମ ହେଉଛି ଗସ୍ତି ନାଗୁର ରାୟ ଅନ୍ତର୍ଜାତୀୟ ବିମାନବନ୍ଦର । ଏହି ବିମାନବନ୍ଦରରେ ଅନେକ ଜାଗାରେ ହିନ୍ଦୁ ଦେବତା ଏବଂ ଦେବୀଙ୍କ ପ୍ରତିମୂର୍ତ୍ତି ଅଛି । ଇଣ୍ଡୋନେସିଆ ହେଉଛି ଏକ ମୁସଲମାନ ଦେଶ, ଏଠାରେ ୮୭ ପ୍ରତିଶତ ଲୋକ ହେଉଛନ୍ତି ମୁସଲମାନ ଓ ମାତ୍ର ୧.୭ ପ୍ରତିଶତ ହିନ୍ଦୁ ଇଣ୍ଡୋନେସିଆରେ ବାସ କରନ୍ତି ।

ଆସନ୍ତୁ ଆଗ ଜାଣିବା ଗସ୍ତୀ ନାଗୁର ରାୟ କିଏ । ସେ ଇଣ୍ଡୋନେସିଆରେ ଜନ୍ମ ହୋଇଥିଲେ ଓ ପରେ ସେ ସେନାରେ ଯୋଗ ଦେଇ ଜେଣ ବର୍ଣ୍ଣେଲ ଭାବେ କାର୍ଯ୍ୟ କରିଥିଲେ । ଧର୍ମୀୟ ଚେତନା ଦୃଷ୍ଟିରୁ ସେ ଜଣେ ହିନ୍ଦୁ ଥିଲେ । ଏବଂ ଇଣ୍ଡୋନେସିଆକୁ ଡଚ୍ ଦଖଲରୁ ମୁକ୍ତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଇଣ୍ଡୋନେସିଆରେ ଜଣେ ସାହାସି ଯୋଦ୍ଧା ଭାବରେ ତାଙ୍କ ନାମ ଲେଖା ଯାଇଛି । ତାଙ୍କ ନାମରେ ଅନେକ ପ୍ରତିମୂର୍ତ୍ତି ଦେଶରେ ଅଛି ଏବଂ ଏକ ଡାକ ଷ୍ଟାମ୍ପ ମଧ୍ୟ ଜାରି କରାଯାଇଛି ।

ଏହି ଚିତ୍ର ହେଉଛି ବାଲି ବିମାନ ବନ୍ଦରରେ ସ୍ଥାପିତ ସୁବାହୁଙ୍କ ପ୍ରତିମୂର୍ତ୍ତି । ସୁବାହୁଙ୍କ ବିଷୟରେ ରାମାୟଣରେ ଉଲ୍ଲେଖ କରାଯାଇଛି । ସେ ତାଡକା ଏବଂ ସୁନ୍ଦେଙ୍କ ପୁତ୍ର ଥିଲେ । ସୁବାହୁ ମାରିଚଙ୍କ ଭାଇ ଓ ଲଙ୍କାର ରାଜା ରାବଣଙ୍କ ଭଣଜା ଥିଲେ । ସେ ଏକ ରାକ୍ଷାସ ଥିଲେ । ରାମ ବିଶ୍ୱମିତ୍ରଙ୍କ ଯଜ୍ଞକୁ ସୁରକ୍ଷା ଦେବାବେଳେ ସୁବାହୁକୁ ହତ୍ୟା କରିଥିଲେ ।

ଏହିଚିତ୍ର ହେଇଛି ବାଲି ବିମାନବନ୍ଦରରେ ସ୍ଥାପିତ ଭଗବାନ ବିଷ୍ଣୁ ଏବଂ ତାଙ୍କ ଗରୁଡଙ୍କ ପ୍ରତିମୂର୍ତ୍ତି । ଭଗବାନ ବିଷ୍ଣୁଙ୍କୁ ଇଣ୍ଡୋନେସିଆରେ ବହୁତ ସମ୍ମାନ କରାଯାଏ । ସେଠାରେ ତାଙ୍କର ଅନେକ ମନ୍ଦିର ସ୍ଥାପିତ ଅଛି । ୧୦-୧୧ ଶତାଦ୍ଧି ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ଏକ ହିନ୍ଦୁ ସଂଖ୍ୟାଗରିଷ୍ଠତା ଥିଲା ଏବଂ ରାଜାମାନେ ମଧ୍ୟ ହିନ୍ଦୁ ଥିଲେ କିନ୍ତୁ ଧାର୍ମିକ ପରିବର୍ତ୍ତନ ପରେ ଏହି ଦେଶ ମୁସଲମାନ ସଂଖ୍ୟାଲଘୁ ଜନସଂଖ୍ୟାରେ ପରିଣତ ହୋଇଥିଲା ।

ଏହା ହେଉଛି ଗରୁଡଙ୍କ ମୂର୍ତ୍ତି । ସେ ଭଗବାନ ବିଷ୍ଣୁଙ୍କ ବାହାନ ଭାବରେ ପରିଗଣିତ । ତାଙ୍କର ପ୍ରତିମୂର୍ତ୍ତି ବାଲି ବିମାନବନ୍ଦରରେ ଦେଖିବା ପାଇଁ ମିଳିଥାଏ । କୁହାଯାଏ ଯେ ଗରୁଡ ହେଉଛନ୍ତି ଶ୍ରୀ ରାମଚନ୍ଦ୍ରଙ୍କ ସାନ ଭାଇ ଏବଂ ଦଶରଥଙ୍କ ଦ୍ୱିତୀୟ ପୁତ୍ର ଭାବରେ ଅବତାରିତ ହୋଇଥିଲେ ।

ସେହିଭଳି ଇଣ୍ଡୋନେସିଆର ରାଜଧାନୀ ବାଲିର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜଣେ ବାହାରକୁ ଆସିବା ମାତ୍ରେ ଏକ ବିଲ୍ଡିଂରେ ଭଗବାନ ବିଷ୍ଣୁଙ୍କର ଏକ ବିରାଟ ମୂର୍ତ୍ତି ଲଗାଯାଇଥିବା ଦେଖିବାକୁ ମିଳିଥାଏ ।

ଭଗବାନ ବିଷ୍ଣୁ ଏବଂ ଗରୁଡଙ୍କର ଏହି ବିଶାଳ ପ୍ରତିମୂର୍ତ୍ତି ଦୃଶ୍ୟମାନ ହେଉଛି । ବିମାନବନ୍ଦରରୁ ବାହାରକୁ ଆସୁଥିବା ବ୍ୟକ୍ତି ମାନେ ଏହି ବିଶାଳ ମୂର୍ତ୍ତି କୁ ଦୂଦରୁ ଦେଖି ପାରିବେ । ବାଲି ବିମାନବନ୍ଦର ବାହାରେ ଘଟୋକାଙ୍କ ମୂର୍ତ୍ତି , ଯାହା ସମସ୍ତଙ୍କ ଦୁଷ୍ଟି ଆକର୍ଷଣ କରିଥାଏ । ଘଟୋଟକା ମହାଭାରତରେ ପଣ୍ଡା ଯୋଦ୍ଧା ଭୀମଙ୍କ ପୁତ୍ର ଥିଲେ ।