ବଡ ଚେହେରା ଦେଖାଇ ବଡ଼ ଠକେଇ । ବଲିଉଡ୍ ଷ୍ଟାର ଓ ବିଜନେସମ୍ୟାନଙ୍କ ଫଟୋ ଦେଖାଇ ଲୁଟୁଥିଲେ

135

କନକ ବ୍ୟୁରୋ: ବଡ଼ ଚେହେରା ଦେଖାଇ ବଡ଼ ଠକେଇ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଠକେଇର ହୋଇଛି ପର୍ଦ୍ଦାଫାସ । ଏହି ଲୁଟ୍ ଗ୍ୟାଙ୍ଗକୁ ଠାବ କରିଛି ଅର୍ଥନୈତିକ ଅପରାଧିକ ଶାଖା ବା ଇଓଡବ୍ଲୁ । ଇଓଡବ୍ଲୁ ଏହି ଘଟଣାରେ ୧୪ଟି ଅଲଗା ଅଲଗା ଆକାଉଂଟରୁ ପ୍ରାୟ ୭୫ଲକ୍ଷ ଟଙ୍କା ଫ୍ରି୍ଜ୍ କରିଛି । ଏହି ଠକ ଗ୍ୟାଙ୍ଗ ଅନଲାଇନ୍ ପଞ୍ଜି ସ୍କିମ ମାଧ୍ୟମରେ ଲୋକଙ୍କୁ ଠକୁଥିଲେ ।

ବିଶେଷକରି ବଲିଉଡ୍ ଷ୍ଟାର୍ ଅମିତାଭ ବଚ୍ଚନ, କ୍ରିକେଟର୍ ସଚିନ ତେନ୍ଦୁଲକର, ମୁକେଶ ଅମ୍ବାନୀଙ୍କ ଫଟୋ ଓ ଭିଡିଓକୁ ବ୍ୟବହାର କରି ଲୋକଙ୍କୁ ଲଗାଉଥିଲେ ଚୁନା । ସେଥିପାଇଁ ଏମାନେ ଫ୍ଲାଏ ଏଭିଏଟର, ଫୋରେକ୍ସ ଡାନା, ଲାଇଭ୍-୨୨ ଆଦି ଆପ୍କୁ ମାଧ୍ୟମ କରିଥିଲେ । ଅଳ୍ପ ସମୟ ମଧ୍ୟରେ ଅଧିକ ଟଙ୍କା ପାଇବା ଲୋଭରେ ସାଧାରଣ ଲୋକେ ଏହି ସ୍କିମରେ ଫସିଯାଉଥିଲେ । ଆଉ ଠକ ଗ୍ୟାଙ୍ଗ ଏହାର ଫାଇଦା ଉଠାଇ ଲୁଟୁଥିଲେ ଟଙ୍କା । ପାଖାପାଖି ୧ହଜାର କୋଟି ଟଙ୍କାର ଆର୍ଥିକ କାରବାର ହୋଇଥିବା ଜଣାପଡ଼ିଛି ।