ପିଲା ଯଦି ଅଧିକ ସମୟ ମୋବାଇଲ୍ ରେ ଗେମ୍ ଖେଳୁଛି ତେବେ ସତର୍କ ରୁହନ୍ତୁ ଏବଂ ଆକଟ କରନ୍ତୁ ! ନୀରିହଙ୍କ ଜୀବନ ନେଉଛି ଏହି ଅନଲାଇନ୍ ଗେମ୍  । 

295

ଗୋଟିଏ ସମୟ ଥିଲା ଯେତେବେଳେ ପିଲାମାନଙ୍କୁ ଘରୁ ବାହାରକୁ ଯାଇ ଖେଳିବା ପାଇଁ ବାରଣ କରାଯାଉଥିଲା । ଦିନସାରା ଘରେ ବସି ବସି ପିଲାମାନେ ଅନଲାଇନ୍ ଗେମ୍ ର ଏତେ ଅଭ୍ୟସ୍ତ ହୋଇଗଲେ ଯେ ଏବେ ଅନଲାଇନ୍ ଗେମକୁ ଛାଡି କେହି ରହିପାରୁନାହାନ୍ତି । ଯାହାର ସବୁଠାରୁ ବଡ କାରଣ ହେଉଛି ଭିଡିଓ ଗେମ୍ ତଥା ଅନ୍ୟ ଅନଲାଇନ୍ ଗେମ୍ ତଥା ସ୍ମାର୍ଟଫୋନ୍ । ଭିଡିଓ ଗେମ୍ ଖେଳାଯାଉଥିବା ସ୍ମାର୍ଟଫୋନ୍ ୭ ରୁ ୮ ହଜାର ଟଙ୍କା ଭିତରେ ବିକ୍ରି ହେଉଛି ଏବଂ ଗୁଗୁଲ୍ ପ୍ଳେ-ଷ୍ଟୋରରେ ମଧ୍ୟ ମାଗଣାରେ ଏଭଳି ଗେମ୍ ଉପଲବ୍ଧ ରହୁଛି ତେଣୁ ବାହାରକୁ ଯାଇ ଖେଳିବା ପାଇଁ କେହି ରାଜି ହେଉନାହାନ୍ତି । ଅନଲାଇନ୍ ଭିଡିଓ ଗେମ୍ ର ବଜାରରେ ବହୁତ କ୍ରେଜ୍ ଅଛି ଯାହାର ଓଲଟା ପରିମାଣ ମଧ୍ୟ ଆମକୁ ହିଁ ଭୋଗିବାକୁ ପଡୁଛି । ବ୍ଲୁ ହେଲ୍ ଭଳି ଗେମ୍ କାରଣରୁ ଅନେକ ପିଲାଙ୍କ ଜୀବନ ମଧ୍ୟ ଯାଇଛି । ତେବେ ଆସନ୍ତୁ  ଏଭଳି କିଛି ଭିଡିଓ ଗେମ୍ ଯାହା ଆପଣଙ୍କ ପିଲାଙ୍କ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ସେମାନଙ୍କୁ ହିଂସକ କରିବା ସହ ଜୀବନ ନେବା ପାଇଁ ମଧ୍ୟ ଉସକାଉଛି ।

୧ . ବ୍ଲୁ ହେଲ୍ : ମୃତ୍ୟୁର ଖେଳ ନାମରେ ପ୍ରସିଦ୍ଧ ଏହି ଗେମ୍ ୨୦୧୭ -୧୮ ମସିହାରେ ଅଧିକ ଲୋକପ୍ରିୟ ହୋଇଥିଲା । ଏଥିରେ ଟାସ୍କ୍ ପୁରା କରିବା ପାଇଁ ଅନେକ ପିଲା ଆତ୍ମହତ୍ୟା ମଧ୍ୟ କରିଛନ୍ତି । ୨୦୧୭ ରେ ଏହି ଜୀବନଘାତକ ଗେମ୍ କାରଣରୁ ହିଁ ନିଜ କୋଠରୀରୁ ୧୩୦ ଜଣ ପିଲାଙ୍କ ଶବ ମିଳିଥିଲା । କେବଳ ଭାରତରେ ହିଁ ୧୦୦ ଜଣ ପିଲା ଏହି ଗେମ୍ କାରଣରୁ ମୃତ୍ୟୁକୁ ଆଲିଙ୍ଗନ କରିଥିଲେ । ଯାହାପରେ ଏହି ଗେମ୍ କୁ ପ୍ରସ୍ତୁତ କରିଥିବା ଫିଲିପ୍ ବୁଦେକିନ୍ ଙ୍କୁ ପୋଲିସ୍ ଗିରଫ କରିଥିଲା । ପୋଲିସ୍ ହାଜତରେ ଫିଲିପ୍ ବୁଦେକିନ୍ କହିଥିଲା ଯେ ଯେଉଁ ଲୋକମାନେ ବଚିଂବାକୁ ଚାହୁଁନାହାନ୍ତି ସେମାନଙ୍କ ପାଇଁ ଏହି ଗେମ୍ ସେ ପ୍ରସ୍ତୁତ କରିଥିଲେ । ତେବେ ଏହି ଗେମ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ନଥିଲା ଏହାକୁ ଇନଷ୍ଟାଗ୍ରାମ୍ ତଥା ଫେସବୁକ୍ ଭଳି ସାଇଟରୁ ଲିଙ୍କ୍ ଜରିଆରେ କପି କରାଯାଇ ଡାଉନଲୋଡ୍ କରାଯାଉଥିଲା । ତେବେ ଏହାକୁ ପରେ ବନ୍ଦ କରାଯାଇଥିଲା । ଗୁଗୁଲରେ ଏବେ ବି ଏହି ଗେମ୍ ଅନ୍ୟ ନାଁରେ ଥିବା କଥା କୁହାଯାଉଛି । ଯାହାକୁ ଅନେକ ପିଲା ସର୍ଚ୍ଚ କରୁଛନ୍ତି ।

୨ . ପାସ୍ ଆଉଟ୍ ଚ୍ୟାଲେଞ୍ଜ : ଗେମ୍ ଚେକିଙ୍ଗ୍ ଗେମ୍ ନାଁରେ ଜଣାଶୁଣା ଏହି ଗେମ୍ ପିଲାଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ । ଏହି ଗେମରେ ୨ ରୁ ୩ ଜଣ ପିଲା ସାମିଲ ହୋଇ ପରସ୍ପରର ଗଳା ଚିପୁଥିଲେ । ଯେଉଁଥିରେ ଅନେକ ପିଲା ମୃତ୍ୟୁବରଣ କରିଥିଲେ । ଅନେକ ସମୟରେ ପିଲା ଅଚେତ ହୋଇ ମଧ୍ୟ ତଳେ ପଡିଯାଉଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆମେରିକାରେ ପ୍ରତିବର୍ଷ ଏହି ଗେମ୍ କାରଣରୁ ହଜାରେରୁ ଅଧିକ ପିଲାଙ୍କ ମୃତ୍ରୁ୍ୟ ହୋଇଥାଏ । ଯଦି ଆପଣଙ୍କ ପିଲା ଗଳାରେ ହାତ ଚିହ୍ନ ଦେଖୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ ଏବଂ ପିଲାଟି ଉପରେ ନଜର ରଖନ୍ତୁ  ।

୩ . PUBG ଗେମ୍ : Players Unknown Battle Ground ନାମରେ ଖୁବ୍ ଲୋକପ୍ରିୟ ଏହି ଗେମ୍ । ବର୍ତ୍ତମାନ ଭାରତରେ ଏହି ଗେମ୍ କୁ ବ୍ୟାନ୍ କରିବା ପାଇଁ ଦାବି କରାଯାଉଛି । ଖୁବ୍ କମ୍ ସମୟରେ ଲୋକପ୍ରିୟ ହୋଇଥିବା ଏହି ଗେମ୍ ଉପରେ ଗୁଜରାଟରେ ୧ ମାସ ପର୍ଯ୍ୟନ୍ତ ପ୍ରତିବନ୍ଧ ଲାଗିଥିଲା ଏବଂ ୧୬ ଜଣ ଲୋକଙ୍କୁ ଏଥିପାଇଁ ଗିରଫ ମଧ୍ୟ କରାଯାଇଥିଲା । ଡାକ୍ତରଙ୍କ ମତରେ ଏହି ଗେମ୍ ଯୁବକଙ୍କୁ ମାନସିକ ବିକୃତ କରାଉଛି ଏବଂ ପିଲାଙ୍କ ମଧ୍ୟରେ ହିଂସକ ବ୍ୟବହାର ଦେଖାଦେଉଛି । ଚଳିତବର୍ଷ ଏହି ଗେମରେ ହାରିବା ପରେ ଜଣେ ୧୬ ବର୍ଷୀୟ କିଶୋର ମୃତ୍ୟୁ ହାର୍ଟଆଟାକ୍ ରେ ହୋଇଗଲା । ରିପୋର୍ଟରେ କୁହାଯାଇଥିଲା ଯେ ୬ ଘଣ୍ଟା ଧରି ସେ ଚଟଈଏ ଗେମ୍ ଖେଳିବା ଦ୍ୱାରା ଏଭଳି ଅବସ୍ଥା ହେଲା ।