ମଝି ଆକାଶରେ ଯୁବକର ଉନ୍ମତକାଣ୍ଡ । ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ହାଇଦ୍ରାବାଦ-ଗୌହାଟି ବିମାନ

ବିମାନର ଜରୁରୀ ଅବତରଣ

733

କନକ ବ୍ୟୁରୋ : ବିମାନର ଜରୁରୀ ଅବତରଣ । ଯାତ୍ରୀଙ୍କ ଅଜବ ବ୍ୟବହାର ଯୋଗୁଁ ହାଇଦ୍ରାବାଦରୁ ଗୌହାଟି ଆସୁଥିବା ଇଣ୍ଡିଗୋ ବିମାନ ଭୁବନେଶ୍ୱରରେ ଜରୁରୀ ଅବତରଣ କରିଛି । ୨୦ ବର୍ଷିୟ ଯାତ୍ରୀ ଇର୍ସାଦ ଅଲ୍ଲୀ ଆଜି ବିମାନ ଭିତରେ ହଠାତ ଅଜବ ବ୍ୟବହାର କରିଥିଲେ । ମଝି ଆକାଶରେ ବିମାନର ମୁଖ୍ୟ ଦ୍ୱାରକୁ ଖୋଲିବାକୁ ଉଦ୍ୟମ କରିବା ସହ ଅସ୍ୱାଭାବିକ ବ୍ୟବହାର କରିଥିଲେ ।

ଫଳରେ ସକାଳ ପ୍ରାୟ ୬ଟା ୧୦ ମିନିଟରେ ବିମାନ ଭୁବନେଶ୍ୱରରେ ଜରୁରୀ ଅବତରଣ କରିଥିଲା । ପରେ ସଂପୃକ୍ତ ଯାତ୍ରୀଙ୍କୁ ଓହ୍ଲାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଛି । ଇର୍ସାଦକୁ କ୍ୟାପିଟାଲ ହସପିଟାଲରେ ଭର୍ତି କରାଯାଇଛି । ଘଟଣା ପରେ ପ୍ରାୟ ସକାଳ ୭ଟା ୧୩ ମିନିଟରେ ବିମାନ ଗୌହାଟି ଅଭିମୁଖେ ଯାତ୍ରା କରିଥିଲା ।