ମାତ୍ର ଗୋଟିଏ ଭୁଲ ପାଇଁ ଖାଲି ହୋଇଗଲା ଆକାଉଣ୍ଟ: ୧୦୦ ଟଙ୍କାର ଲୋଭ ଦେଖାଇଲେ, ଲକ୍ଷାଧିକ ଟଙ୍କା ଲୁଟିନେଲେ

363

କନକ ବ୍ୟୁରୋ: ଇନଷ୍ଟାଗ୍ରାମରେ ଆସୁଛି କି ଏମିତି ମେସେଜ । ତାହେଲେ ହୋଇଯାଆନ୍ତୁ ସାବଧାନ । ନଚେତ ଆପଣ ବି ହୋଇପାରନ୍ତି ଠକାମୀର ଶିକାର । ଲୋଭ ଦେଖାଇ ଆପଣଙ୍କଠାରୁ ଲୁଟି ପାରନ୍ତି ଲକ୍ଷାଧିକ ଟଙ୍କା । ପ୍ରଥମେ ୧୦୦, ପରେ ୨୦୦, ପରେ ୫୦୦ ଆଉ ତା ପରେ ହଜାରେ ଏମିତି ଟଙ୍କା ପଠାଇ ଆପଣଙ୍କ ବିଶ୍ୱାସ ଜିତିବେ ଆଉ ତା ପରେ ଖାଲି କରିଦେବେ ଆପଣଙ୍କ ଆକାଉଣ୍ଟ । ବିଭିନ୍ନ ଆଳରେ ଆପଣଙ୍କୁ ତାଙ୍କ ଜାଲରେ ଫସାଇ ଏଭଳି ଭାବରେ ଲୁଟି ଚାଲିବେ ସାଇବର ଫ୍ରଡ ।

ଏଭଳି ଅନଲାଇନ ଠକେଇର ନୂଆ ତରିକା ଏବେ ସାମ୍ନାକୁ ଆସିଛି । ଜଣେ ପ୍ରାଇଭେଟ କମ୍ପାନୀର ସିନିୟର ଏକ୍ସିକ୍ୟୁଟିଭଙ୍କୁ ଲକ୍ଷାଧିକ ଟଙ୍କାର ଚୂନା ଲଗାଇଛନ୍ତି ସାଇବର ଫ୍ରଡ । ଏହି ଖବର ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ବଦୋଦରାର ପ୍ରକାଶ ସାୱନ୍ତ ସାଇବର ଥାନାରେ ଏତଲା ଦେଇଥିଲେ । ପ୍ରକାଶ ସାୱନ୍ତଙ୍କୁ ଲୋଭ ଦେଖାଇ ଅନଲାଇନରେ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ସାଇବର ଫ୍ରଡ ।

ମାର୍ଚ୍ଚ ମାସରେ ସାୱନ୍ତଙ୍କ ପାଖକୁ ହ୍ୱାଟ୍ସଆପରେ ଜଣେ ମହିଳା ମେସେଜ କରିଥିଲେ । ସେ ତାଙ୍କ ନାଁ ଦିବ୍ୟା ବୋଲି କହିଥିଲେ । ସେ ପୀଡିତଙ୍କୁ ଗୋଟିଏ ପାର୍ଟ ଟାଇମ ଚାକିରି ଅଫର ଦେଇଥିଲେ । ଯେଉଁଥିରେ ତାଙ୍କୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଭାବେ କାମ କରିବାକୁ ପଡିବ । ତାଙ୍କୁ ଇନଷ୍ଟାଗ୍ରାମରେ ସେଲିବ୍ରିଟିଙ୍କ ପୋଷ୍ଟକୁ ଲାଇକ ଓ ସସକ୍ରାଇବ କରିବାକୁ କୁହାଯାଇଥିଲା । ତାଙ୍କୁ କୁହାଯାଇଥିଲା ପ୍ରତ୍ୟେକ ଟାସ୍କରେ ୨ଟି ଲାଇକ କରିବାକୁ ହେବ ଯାହା ବଦଳରେ ତାଙ୍କୁ ୨୦୦ ଟଙ୍କା ମିଳିବ । ଅର୍ଥାତ ଗୋଟେ ଲାଇକରେ ୧୦୦ ଟଙ୍କା । ଏହାସହ ତାଙ୍କୁ ଲୋଭ ଦିଆଯାଅଥିଲା କି ଗୋଟିଏ ଦିନରେ ସେ ୧ ହଜାର ଟଙ୍କାରୁ ୧୫ ହଜାର ଟଙ୍କା ଯାଏଁ ରୋଜଗାର କରିପାରିବେ ।

ଏହାପରେ ଠକ ମହିଳା ପୀଡିତଙ୍କୁ ଇନଷ୍ଟାଗ୍ରାମର ଲିଙ୍କ ସେୟାର କରିଥିଲେ । ଆଉ କହିଥିଲେ, ଏହାକୁ ଫଲୋ କରି ଏହାର ସ୍କ୍ରିନସଟ ନିଅ ଟାସ୍କ ଶେଷ୍ଟ ହେବା ପରେ ସେଣ୍ଡ କର । ଏହାପରେ ପୀଡିତଙ୍କୁ ଏକ ଗ୍ରୁପରେ ଆଡ କରିଦିଆଗଲା ଆଉ ବହୁତ ସାରା ଲିଙ୍କ ସେୟାର କରାଗଲା । ଠକ ମହିଳା ପୀଡିତଙ୍କ ଭରସା ଜିତିବାକୁ ୨୦୦ ଟଙ୍କା ପଠାଇଥିଲେ । ଏହାପରେ ଏହି କାମ ପାଇଁ ପୀଡିତଙ୍କୁ ଟିକେ ଭରସା ଆସିଗଲା । ପରେ ତାଙ୍କୁ କିଛି ୟୁଟ୍ୟୁବ ଲିଙ୍କ ଦିଆଗଲା ଆଉ ଲାଇକ କରିବାକୁ କୁହାଗଲା । ଏହାପରେ ତାଙ୍କୁ ଠକ ୫୦୦ ଟଙ୍କା ପଠାଇଥିଲା ।

ଶେଷରେ ପୀଡିତଙ୍କୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଗୋଟିଏ ପ୍ରିପେଡ ପ୍ଲାନ ବିଷୟରେ କୁହାଗଲା । ଯେଉଁଥିରେ ପୀଡିତଙ୍କୁ କିଛି ଟଙ୍କା ଡିପୋଜିଟ କରିବାକୁ କୁହାଗଲା । ପୀଡିତ ପ୍ରଥମେ ଏଥିରେ ୧୦୦୦ ଟଙ୍କା ଲଗାଇଥିଲେ ଯେଉଁଥିରେ ତାଙ୍କୁ ୧୩୦୦ ଟଙ୍କା ମିଳିଥିଲା । ଏହାପରେ ୧୦ ହଜାର ଟଙ୍କା ଲଗାଇଥିଲେ ଯେଉଁଥିରେ ତାଙ୍କୁ ୧୨,୩୫୦ ଟଙ୍କା ମିଳିଥିଲା । ଏହାପରେ ଏହି କାମ ଉପରେ ତାଙ୍କ ପୂରା ଭରସା ଆସିଗଲା । ଏହାପରେ ସେ ଏଥିରେ ୧୧ ଲକ୍ଷ ୨୭ ହଜାର ଟଙ୍କା ଲଗାଇଦେଲେ । ୧୧ ଲକ୍ଷ ଟଙ୍କା ପଠାଇବା ପରେ ଆହୁରି ୧୧ ଟଙ୍କା ମାଗିଥିଲା ଠକ । ୪୫ ଲକ୍ଷ ପାଇବା ପାଇଁ ଆଉ ଟଙ୍କା ଟ୍ରାଞ୍ଜାକ୍ସନ କରିବାକୁ ପଡିବ, ନଚେତ ଲଗାଇଥିବା ଟଙ୍କା ବି ଆଉ ମିଳିବନି ବୋଲି ଠକ କହିଥିଲା ।

ଏହାପରେ ପୀଡିତ ଜାଣିବାକୁ ପାଇଲେ ଯେ ସେ ଠକାମୀର ଶିକାର ହୋଇଛନ୍ତି । ତାଙ୍କୁ ଅନଲାଇନରେ ୧୨ ଲକ୍ଷ ଟଙ୍କା ଠାକାମୀର ଶିକାର ହେବାକୁ ପଡିଛି । ଏହାପରେ ସେ ଏନେଇ ସାଇବର ଥାନାରେ ରିପୋର୍ଟ ଦେଇଥିଲେ ।