ଓଡିଶାକୁ ଫେରିଲା କରୋନା । ଜଣେ କରୋନା ସଂକ୍ରମିତ ହେଲେ ଚିହ୍ନଟ । ସ୍ୱାସ୍ଥ୍ୟ ବିଭାଗର ସୂଚନା ।

2,221

କନକ ବ୍ୟୁରୋ: ଜଣେ କରୋନା ସଂକ୍ରମିତ ହେଲେ ଚିହ୍ନଟ । ଆକ୍ରାନ୍ତ ବ୍ୟକ୍ତି ଜଣ ସୁସ୍ଥ ଅଛନ୍ତି , ଡାକ୍ତରଖାନା ଯାଇନଥିବା ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ତେବେ ଦେଶକୁ ପୁଣି ଥରେ କରୋନାର ନୂୁଆ ଭାରିଆଣ୍ଟ ଆସିଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସବୁ ରାଜ୍ୟକୁ ଆଲର୍ଟ କରିଛନ୍ତି । କେରଳରେ ବଢ଼ୁଥିବା କରୋନା ସଂକ୍ରମଣ ଭାରତରେ ଚିନ୍ତା ବଢ଼ାଇଲାଣି । କେବଳ ଭାରତ ନୁହେଁ ସାରା ବିଶ୍ୱରେ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ବିଶ୍ୱରେ ଗୋଟିଏ ମାସରେ କୋଭିଡ କେସ୍ ୫୨ ପ୍ରତିଶତ ବଢ଼ିଛି । ଏହି ସମୟ ଭିତରେ ବିଶ୍ୱରେ ସାଢ଼େ ୮ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।