ଛାତ୍ରଛାତ୍ରୀମାନଙ୍କ ପାଇଁ ସୁଯୋଗ: ଆରମ୍ଭ ହେବ ‘ୱାନ ଆର୍ଥ ଇଣ୍ଟର ସ୍କୁଲ କ୍ୱିଜ ପ୍ରତିଯୋଗୀତା’, ଜାଣନ୍ତୁ କେମିତି କରିବେ ଆବେଦନ

137

କନକ ବ୍ୟୁରୋ: ଶ୍ରୁତି ଏକାଡେମୀ ଓ ସମ୍ବାଦ ଡିଜିଟାଲର ମିଳିତ ପ୍ରୟାସରେ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥୀବି ଆସନ୍ତା ଜୁନ ୪ ତାରିଖ ସକାଳ ୮ଟାରେ ୱାନ ଆର୍ଥ ଇଣ୍ଟର ସ୍କୁଲ କ୍ୱିଜ ପ୍ରତିଯୋଗୀତା ଆୟୋଜନ କରିବାକୁ ଯାଉଛି । ଏହି ପ୍ରତିଯୋଗୀତା ଭୁବନେଶ୍ୱରର ଇନଫୋସିଟି ଅନ୍ତର୍ଗତ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଅବସ୍ଥିତ ଶ୍ରୁତି ଏକାଡେମି ଅଫ ମ୍ୟାନେଜମେଣ୍ଟରେ ଆୟୋଜନ ହେବ ।

ଏହି ପ୍ରତିଯୋଗୀତାରେ କେବଳ କଟକ, ଭୁବନେଶ୍ୱରର ସପ୍ତମ. ଅଷ୍ଟମ, ନବମ ଓ ଦଶମ ଶ୍ରେଣୀଚ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ । ଏହି ପ୍ରତିଯୋଗୀତାର ବିଜେତାମାନେଙ୍କୁ ୧୦,୦୦୦ ଟଙ୍କାର ନଗଦ ପୁରସ୍କାରର ରାଶି ପ୍ରଦାନ କରାଯାଉଥିବା ବେଳେ ପ୍ରଥମ ରନର୍ସଅପଙ୍କୁ ୩,୦୦୦ ଓ ଦ୍ୱିତୀୟ ରମର୍ସଅପଙ୍କୁ ୨, ୦୦୦ ଟଙ୍କା ପ୍ରଦାନ କରାଯିବ ।

ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ପ୍ରତିଯୋଗୀତା ସେମାନଙ୍କର ଜ୍ଞାନ ଓ ସୃଜନଶୀଳତା ପ୍ରଦର୍ଶନ କରିବାର ଏକ ମାଧ୍ୟମ ଅଟେ । ପଞ୍ଜୀକରଣ କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀ quiz.sambadenglish.com ଏହି ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ । ଅଧିକ ସୂଚନା ପାଇଁ ୭୬୮୨୯୯୨୨୫୯ (ଦେବଦତ୍ତ) ଓ ୬୩୭୧୩୬୮୫୪୫ (ପ୍ରସମିତ) ରେ ଯୋଗାଯୋଗ କରିପାରିବେ । ଛାତ୍ରଛାତ୍ରୀମାନଙ୍କୁ ଶିଖିବା ଓ ଜାଣିବା ପାଇଁ ଏହା ଏକ ଭଲ ପ୍ଲାଟଫର୍ମ ହେବ । ଅଂଶଗ୍ରହଣକାରୀଙ୍କୁ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ ହେବାକୁ ବିଭିନ୍ନ ମକ୍ ପେପର ଓ ସ୍ନିପେଟ ଓ ସମ୍ବାଦ ଇଂରାଜୀ ୱେବସାଇଟରେ ଅପଲୋଡ ହେବ ।