ଆଜିଠୁ ନବୀନଙ୍କ ୫ମ ପାଳିର ପଞ୍ଚମ ବର୍ଷ ଆରମ୍ଭ : ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ଉପରେ ଲାଗିପାରେ କ୍ୟାବିନେଟ୍ ମୋହର

197

କନକ ବ୍ୟୁରୋ : ଆଜି ବିଜେଡି ସରକାରର ପଞ୍ଚମ ପାଳିର ଚୁତୁର୍ଥ ବର୍ଷ ପୁରା ହୋଇଛି । ଆଉ ଗୋଟିଏ ବର୍ଷ ବିଜେଡି ହାତରେ ଅଛି । ନିର୍ବାଚନ ପୂର୍ବରୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ପୁରା କରିବାକୁ ଯୋଜନା କରିଛି । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ହେବାର ଅଛି । ସକାଳ ସାଢେ ୧୦ଟା ବୈଠକ ହେବାର ଅଛି । କ୍ୟାବିନେଟ୍ ବୈଠକରେ ଗରିବ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ‘ମୋ ଘର’ ଯୋଜନାକୁ ସ୍ୱୀକୃତି ମିଳିବ ବୋଲି ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଘରକୁ ନେଇ ବିଜେଡି-ବିଜେପି ମଧ୍ୟରେ ସବୁବେଳେ ବିବାଦ ଲାଗିରହୁଥିବାରୁ ଅନେକ ଲୋକ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ସେଭଳି ଲୋକଙ୍କୁ ଘର ପାଇଁ ସବସିଡ୍ ସହ ଋଣ ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଗରିବ ଲୋକଙ୍କୁ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଜନା ଦେବାକୁ ବ୍ୟବସ୍ଥା କରାଯାଇଛି । ସେଥିରୁ ସରକାର ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ କରିବାକୁ ଯୋଜନା କରିଛନ୍ତି । ବାକି ଟଙ୍କା ଋଣ ନେବାର ୧୧ ବର୍ଷ ପରେ ସୁଝିବାର ବ୍ୟବସ୍ଥା କରାଯାଇଛି ।

ଆଛି କିଛି ବଡ଼ ନିଷ୍ପତ୍ତି କ୍ୟାବିନେଟରେ ନିଆଯାଇପାରେ ବୋଲି କୁହଯାଉଛି । ବିଶେଷ କରି ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ମିସନ ଶକ୍ତି, ଆଇଟି, ଉଚ୍ଚଶିକ୍ଷା, ପୂର୍ତି. ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି ସୂଚନା ମିଳିଛି । ହେଲେ ଦଳ ପକ୍ଷରୁ ବିଶେଷ କିଛି କାର୍ଯ୍ୟକ୍ରମ ନଥିବା ବେଳେ ପ୍ରଶାସନିକ ସ୍ତରରେ ଜୋରଦାର ଉଦ୍ୟମ ଆରମ୍ଭ କରିଛି ।