ବିବାଦ ଭିତରେ ଘରୋଇ କ୍ରିକେଟକୁ ପ୍ରଶଂସା କରି ସଚିନଙ୍କ ପୋଷ୍ଟ । କହିଲେ ଜାତୀୟ ଖେଳାଳୀ ରଣଜୀ ଖେଳିଲେ ସୃଷ୍ଟି ହେବେ ନୂଆ ଖେଳାଳୀ

578

କନକ ବ୍ୟୁରୋ : ଇସାନ କିଶାନ ଓ ଶ୍ରେୟସ୍ ଆୟର ରଣଜୀ ନଖେଳିବାକୁ ନେଇ ଆରମ୍ଭ ହୋଇଥିବା ବିବାବ ଥମିନଥିବା ବେଳେ ଏହା ଉପରେ ସଚିନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଆସିଛି । ସଚିନ କହିଛନ୍ତି ଯେତେବେଳେ ଭାରତୀୟ ଦଳର ଖେଳାଳୀ ରଣଜୀ ମ୍ୟାଚ ଖେଳନ୍ତି, ସେତେବେଳେ ଖେଳର ମହତ୍ୱ ବଢିଯାଏ । ଏବଂ ମ୍ୟାଚ ଖେଳୁଥିବା ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ଆସିଥାଏ । ଆଉ ସେଥିରୁ ଭଲ ଖେଳଳୀ ଚିହ୍ନଟ ହୋଇପାରନ୍ତି । ସଚିନ କହିଛନ୍ତି, ଭାରତୀୟ ଟିମର ଖେଳାଳୀ ରଣଜୀ ଖେଳିଲେ ସେମାନଙ୍କର ପଦର୍ଶନ ଭଲ ହୋଇପାରିବ । ଯଦି ଜାତୀୟ ଖେଳାଳୀ ଘରୋଇ ଟୁର୍ଣ୍ଣାମେଂଟରେ ଖେଳିବେ, ତେବେ ତାଙ୍କର ପ୍ରସଂଶକମାନେ ତାଙ୍କୁ ସମର୍ଥନ କରିବା ସହ ତାଙ୍କ ଦଳକୁ ମଧ୍ୟ ସମର୍ଥନ ଦେବେ । ଉଭୟ ଜାତୀୟ ଏବଂ ଘରୋଇ ଟୁର୍ଣ୍ଣମେଂଟକୁ ବିସିସିଆଇ ସମାନ ଅଗ୍ରାଧିକାର ଦେଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସଚିନ । ଇସାନ ଓ ଶେୟସ ରଣଜୀ ଖେଳିବାକ ମନା କରିବାକୁ ସେମାନଙ୍କୁ ବାର୍ଷିକ ଚୁକ୍ତିରୁ ବାଦ ଦେଇଛି ବିସିସିଆଇ । ଯାହାକୁ କିଛି ପୂର୍ବତନ କିକେଟର ସମାଲୋଚନା କରିବା ସହ ସବୁ ଖେଳାଳିଙ୍କ ପାଇଁ ସମାନ ନିୟମ ଲାଗୁ କରିବାକୁ ଦାବି କରିଛନ୍ତି ।