ବାୟୁସେନା ଦିବସରେ ଦମ ଦେଖାଇଲା ସେନା, ଉଚ୍ଚ ଆକାଶରେ ଗର୍ଜନ କଲା ଲଢୁଆ ବିମାନ

68

କନକ ବ୍ୟୁରୋ : ପ୍ରତିଷ୍ଠା ଦିବସରେ ପରାକ୍ରମ ଦେଖାଇଛି ଭାରତୀୟ ବାୟୁସେନା । ଚଣ୍ଡିଗଡରେ ଏୟାରବେସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାୟୁସେନାର ବିଭିନ୍ନ ଲଢୁଆ ବିମାନ ଉଚ୍ଚ ଆକାଶରେ ଚମକ୍ରାର ପରାକ୍ରମ ଦେଖାଇଛନ୍ତି । ସି-୧୭, ହକ-୧୩୨ର ଗ୍ଲୋବ ଫର୍ମେସନ, ରାଫେଲ,ସୁଖୋଇ ୩୨, ତେଜସର ଟ୍ରାନ୍ସଫର୍ମର ଫର୍ମେସନ, ସୂର୍ଯ୍ୟକିରଣ ଓ ଆକାଶ ଗଙ୍ଗା ଟିମ୍ ନିପୁଣତା ଓ ପାରାସୁଟରଙ୍କ କରିସ୍କା ଦେଖିବାକୁ ମିଳିଛି । ଏତତ ବ୍ୟତିତ ଚିନୁକ, ଆପାଚେ, ମିରାଜ, ତେଜସ,ଜାଗୁଆର, ଡାକୋଟା, ଧ୍ରୁବ, ଏମଆଇ-୧୭, ସି-୧୩୦ଜେର ପରାକ୍ରମ ଭାରତୀୟ ବାୟୁସେନାର ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିଛି । ପ୍ରଥମ ଥର ପାଇଁ ଜନସାଧାରଣଙ୍କ ଆଗରେ ନିଜର ବଳ ପ୍ରଦର୍ଶନ କରିଛି ନୂଆ ସ୍ୱଦେଶୀ ହାଲୁକା ଲଢୁଆ ହେଲିକପ୍ଟର ପ୍ରଚଣ୍ଡ । ଅକ୍ଟୋବର ୩ ତାରିଖରୁ ଏହା ବାୟୁସେନାରେ ସାମିଲ ହୋଇଛି ।

ବାୟୁସେନାର ଇତିହାସରେ ପ୍ରଥମ ଥର ପାଇଁ ହେଡକ୍ୱାର୍ଟର ଦିଲ୍ଲୀରୁ ବାହାରେ ଚଣ୍ଡିଗଡରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପ୍ରତିବର୍ଷ ବାୟୁସେନା ଦିବସରେ ଦିଲ୍ଲୀ ହିଣ୍ଡନ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଚଣ୍ଡିଗଡରେ ସମସ୍ତ ଆୟୋଜନ କରାଯାଇଛି । ଚଣ୍ଡିଗଡରେ ପ୍ରାୟ ଦୁଇ ଘଂଟା ଧରି ବାୟୁସେନା ଫ୍ଲାଏ ପାଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଇଏଏଫ ୧୯୩୩ ମସିହା ଏପ୍ରିଲ ମାସରେ ପ୍ରଥମ ଅପରେସନାଲ ସ୍କ୍ୱାଡ୍ରନ ଆରମ୍ଭ ହୋଇଥିଲା । ୨ୟ ବିଶ୍ୱଯୁଦ୍ଧରେ ସାମିଲ ହେବା ପରେ ଏହାକୁ ରୟାଲ ଇଣ୍ଡିଆନ ଏୟାରଫୋର୍ସ କୁହାଗଲା । ୧୯୫୦ ମସିହାରେ ଏହାରକୁ ଇଣ୍ଡିଆନ ଏୟାରଫୋର୍ସ ବା ଭାରତୀୟ ବାୟୁସେନାର ପରିଚୟ ମିଳିଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଏୟାରଫୋର୍ସ ଚିଫ ଭିଆର ଚୌଧୁରୀ, ଆର୍ମି ଜେନେରାଲ ମନୋଜ ପାଣ୍ଡେ, ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।