ପୁଣି ବଢିଲା ଓମଫେଡ୍ କ୍ଷୀର ଦର : ଏପ୍ରିଲ ୧ ରୁ ଲାଗୁ ହେବ ନୂଆ ମୂଲ୍ୟ

7,050

କନକ ବ୍ୟୁରୋ : ପୁଣି ବଢିଲା ଓମଫେଡ୍ କ୍ଷୀର ଦର । ପ୍ୟାକେଟ୍ ପିଛା ଦୁଇ ଟଙ୍କା ମୂଲ୍ୟ ବୃଦ୍ଧି ନେଇ ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୧ ରୁ ନୂଆ ଦର ଲାଗୁ ହେବ ନେଇ ଓମଫେଡ କହିଛି । ଗୋଖାଦ୍ୟ, ଚାରା, ଔଷଧ, ଇନ୍ଧନ ଆଦିର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ଷୀର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ନୂଆ ଦର ଲାଗୁ ହେବା ଫଳରେ ୫୦୦ ଏମଏଲ ଟୋନଡ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୫୦୦ ଏମଏଲ ପ୍ରିମିୟମ କ୍ଷୀର ଓ ଗୋଲ୍ଡ କ୍ଷୀରର ଦାମ ୨୪ ଟଙ୍କାରୁ ୨୬ ଟଙ୍କା ବୃଦ୍ଧି ପାଇଛି । ଚା ସ୍ପେଶାଲ କ୍ଷୀର ମୂଲ୍ୟ ୨୩ ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛି । ଓମେଫେଡ କ୍ଷୀର ବିକ୍ରିର ୯୦ ପ୍ରତିଶତ ରାଶି କେବଳ ଦୁଗ୍ଧ କିିଣିବା ପାଇଁ ବ୍ୟୟ କରାଯାଇଥାଏ । ଦର ବୃଦ୍ଧି ହେବା ଯୋଗୁ ଚାଷୀ ହେବେ ଲାଭବାନ କିନ୍ତୁ ଖାଉଟିଙ୍କ ପକେଟ ଉପରେ ମାଡ ପଡିବ ।