ବିବାଦ ଘେରରେ ଅଲମ୍ପିଆନ ବୀରେନ୍ଦ୍ର ଲାକ୍ରା । ମୃତ ବନ୍ଧୁଙ୍କ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

297

କନକ ବ୍ୟୁରୋ: ବୀରେନ୍ଦ୍ର ଲାକ୍ରା । ବିଶ୍ୱ ହକି ଜଗତର ଏକ ଜଣାଶୁଣା ନାଁ । ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କ ହକିରେ ଅବଦାନକୁ କେହି ଭୁଲିପାରିବେ ନାହିଁ । କିନ୍ତୁ ଏବେ ବୀରେନ୍ଦ୍ରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି । ଅଲିମ୍ପିଆନ  ବିରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ମନଜିତ ଟେଟେଙ୍କ ନାଁରେ ଆସିଛି ହତ୍ୟା ଭଳି ସାଂଘାତିକ ଅଭିଯୋଗ ।  ଭୁବନେଶ୍ୱରରେ ଘଟିଥିବା ଆନନ୍ଦ ଟପ୍ପୋଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏହି ଦୁଇଜଣ ସାମିଲ ଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ଆନନ୍ଦଙ୍କ ପରିବାର ଲୋକେ ।

ମୃତ ଆନନ୍ଦଙ୍କ ବାପା ଓ ମାଙ୍କ କହିବା ଅନୁସାରେ ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ଏକ ଫ୍ଲାଟରେ ଆନନ୍ଦ ଟପ୍ପୋଙ୍କ ମୃତଦେହ ମିଳିଥିଲା । ଆଉ ଏହି ଏହି ଫ୍ଲାଟ ଥିଲା ବୀରେନ୍ଦ୍ର ଲାକ୍ରାଙ୍କର । ବୀରେନ୍ଦ୍ର ଲାକ୍ରା ଓ ଆନନ୍ଦ ପିଲାଦିନର ବନ୍ଧୁ ଥିଲେ । ଅଭିଯୋଗ ହେଉଛି ଜଣେ ଯୁବତୀଙ୍କୁ ଉଭୟ ଭଲପାଉଥିଲେ ଏବଂ ଏବଂ ସେହି କାରଣରୁ ଏଭଳି ଘଟଣା ଘଟିଛି । ପରିବାର ଲୋକଙ୍କ କହିବା କଥା, ପୁଲିସ ଜାଣିଶୁଣି ତଦନ୍ତ ଠିକ ଭାବରେ ତଦନ୍ତ କରୁନାହିଁ । ବୀରେନ୍ଦ୍ର ଜଣେ ଡିଏସପି ହୋଇଥିବାରୁ ତଦନ୍ତ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି । ତେଣୁ ଘଟଣାର ସିବିଆଇ ତଦନ୍ତ ପାଇଁ ଆନନ୍ଦଙ୍କ ପରିବାର ଲୋକେ ଦାବି କରିଛନ୍ତି ।

ଆନନ୍ଦଙ୍କ ପରିବାର ଲୋକଙ୍କ କହିବା କଥା ହେଲା, ତାଙ୍କ ପୁଅ ସଂପୂର୍ଣ୍ଣ ସୁସ୍ଥ ଥିଲେ । ଫେବୃଆରୀ ୧୬ରେ ସେ ବିବାହ କରିଥିଲେ ।  କିନ୍ତୁ ହଠାତ୍  ୨୮ ତାରିଖରେ ଭୁବନେଶ୍ୱରରେ ତାଙ୍କ ମୃତଦେହ ମିଳିଥିଲା । ଆଉ ଭୁବନେଶ୍ୱରରେ ପହଞ୍ଚିବା ପରେ ବୀରେନ୍ଦ୍ର ସେମାନଙ୍କୁ ଘଟଣାସ୍ଥଳକୁ ନ ନେଇ ସିଧା ଥାନାକୁ ନେଇଯାଇଥିଲେ । ମୃତ୍ୟୁଦିନ ଏହି ଫ୍ଲାଟରେ କେବଳ ବୀରେନ୍ଦ୍ର  ଓ ମନଜିତ ଉପସ୍ଥିତ ଥିଲେ । ତେବେ ଏ ନେଇ ବୀରେନ୍ଦ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।