ଘୋଷଣା ହେଲା ନିର୍ବାଚନ ତାରିଖ । ଦେଶରେ ୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ପଡିବ ଭୋଟ ।

94

କନକ ବ୍ୟୁରୋ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ବାଜିଛି ୨୦୨୪ ନିର୍ବାଚନ ବିଗୁଲ । ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ଓଡିଶାରେ ୪ଟି ପର୍ଯ୍ୟାୟରେ ହେବ ଭୋଟ । ମେ’୧୩ ତାରିଖରେ ଓଡ଼ିଶାରେ ପଡିବ ଭୋଟ । ମେ’ ୧୩, ମେ’ ୨୦, ମେ’ ୨୫ ଓ ଜୁନ ୧ ତାରିଖରେ ମତଦାନ କରିବେ ଓଡ଼ିଶାବାସୀ । ଜୁନ ୪ ତାରିଖରେ ହେବ ମତଗଣନା ।