ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଆରମ୍ଭ ହେଲା ହୋର୍ଡିଂ ଓ ପୋଷ୍ଟର ହଟାଇବା କାମ । ଜିଲ୍ଲା ପ୍ରଶାସନକୁ କଡା ନିର୍ଦ୍ଦେଶନାମା ଜାରି ।

116

କନକ ବ୍ୟୁରୋ: ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ ହେବ । ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ସମସ୍ତ କାର୍ଯ୍ୟାଳୟ ପରିସରରୁ ହୋର୍ଡିଂ, ଲିଫଲେଟ୍, ପୋଷ୍ଟର ଓ ସରକାରୀ ଯୋଜନାର ବାର୍ତ୍ତା ହଟାଇବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦିଆଯିବା ପରେ ଏଗୁଡିକୁ ଯୁଦ୍ଧକାଳୀନ ଭିତରେ ହଟାଯାଉଛି ।

ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ସୁନ୍ଦରଗଡରୁ ଆସିଛି ଚିତ୍ର । ରାତିରେ ହୋର୍ଡିଂ ଓ ପୋଷ୍ଟର ହଟାଯାଉଛି । ବାଲେଶ୍ୱରରେ ବି ହୋର୍ଡିଂ, ପୋଷ୍ଟର ହଟାଯାଉଛି । ଏଥର ନିର୍ବାଚନ କମିଶନ ନିର୍ବାଚନ ଆଚରଣ ବିଧି କଡାକଡି ହେବ ବୋଲି ଘୋଷଣା କରିଛନ୍ତି । ଏହାପରେ ଏଭଳି ହୋର୍ଡିଂ ଓ ପୋଷ୍ଟ ହଟାଇବା କାମ ଆରମ୍ଭ ହୋଇଛି ।