ବିଧାନସଭାରେ ଆଗତ ହେଲା ୨ ଲକ୍ଷ କୋଟିର ରାଜ୍ୟ ବଜେଟ୍ । ଜାଣନ୍ତୁ, କେଉଁ କ୍ଷେତ୍ରକୁ ମିଳିଲା କେତେ ଟଙ୍କା?

164

କନକ ବ୍ୟୁରୋ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆସିଛି ପୂର୍ଣ୍ଣାଙ୍ଗ ବଜେଟ୍ । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ରହିଛି । ତେବେ ନଜର ପକାନ୍ତୁ, ବଜେଟରେ କେଉଁ ବିଭାଗ ଓ କ୍ଷେତ୍ରକୁ ମିଳିଛି କେତେ କେତେ ଟଙ୍କା?

କାହା ଭାଗରେ କେତେ ?

  • ମୋଟ୍ ବଜେଟର ପରିମାଣ- ୨ ଲକ୍ଷ କୋଟି
  • କୃଷିକ୍ଷେତ୍ର- ୨୧, ୧୬୬ କୋଟି
  • ସ୍ୱାସ୍ଥ୍ୟକ୍ଷେତ୍ର- ୧୨, ୬୨୪ କୋଟି
  • ଶିକ୍ଷା ଓ ଦକ୍ଷତା ବିକାଶ- ୨୭, ୩୨୪ କୋଟି
  • ମିଶନ ଶକ୍ତି- ୨୦୦୦ କୋଟି
  • ବିପର୍ଯ୍ୟୟ ପରିଚାଳନା- ୩୨୬୨ କୋଟି
  • ଧର୍ମୀୟ ସ୍ଥାନ ସଂରକ୍ଷଣ- ୧୯୫୦ କୋଟି
  • ସଡକ ଓ ଭିତ୍ତିଭୂମି- ୧୪, ୪୫୪ କୋଟି
  • ପର୍ଯ୍ୟଟନ କ୍ଷେତ୍ର- ୫୯୦ କୋଟି
  • କ୍ରୀଡା ଓ ଯୁବସେବା ବିଭାଗ- ୯୧୧ କୋଟି
  • ଶକ୍ତି କ୍ଷେତ୍ର- ୩୪୮୨ କୋଟି
  • ଶିଳ୍ପ, ଏମଏସଏମଇ, ଉଦ୍ୟୋଗ- ୧୨୬୯ କୋଟି
  • ଜଙ୍ଗଲ ଓ ପରିବେଶ- ୨୨୧୭ କୋଟି
  • ଇସ୍ପାତ ଓ ଖଣି- ୧୮୩ କୋଟି
  • ଆଇଟି ଓ ଇଲେକ୍ଟ୍ରୋନିକ୍- ୩୦୨ କୋଟି