ସାରା ଓଡ଼ିଶାରେ ଡହ ଡହ ଖରା : ଚଳିତ ବର୍ଷ ପ୍ରଥମ ଥର ପାଇଁ ସର୍ବୋଚ୍ଚ ତାପମାତ୍ରା ଡେଇଁଲା ୪୦ ଡିିଗ୍ରୀ

242

କନକ ବ୍ୟୁରୋ : ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ । ଏବେଠୁ ୪୦ ଡିଗ୍ରୀ ପାର କଲାଣି ପାରଦ । ଆଜିଠୁ ତାତି ଆହୁରି ବଢିବ । ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ସହ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଗରମ ବାୟୁ ପ୍ରଭାବରେ ଦିନ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା ରହିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହୋଇପାରେ ।

ପଣା ସଂକ୍ରାନ୍ତିରେ ୪୨ ଡିଗ୍ରୀ ପାର କରିପାରେ ପାରଦ । ଗତକାଲି ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ଝାରସୁୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ବାରିପଦାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଭୁବନେଶ୍ୱର ସମତେ ୧୩ଟି ସ୍ଥାନରେ ୩୯ ଡିଗ୍ରୀ ଡେଇଁଛି ପାରଦ । ସେହିପରି ୬ଟି ସ୍ଥାନରେ ୩୮ ଡିଗ୍ରୀ ଟପିଛି ତାତି ।

ଭୁବନେଶ୍ୱର, ସମ୍ବଲପୁର, ଚାନ୍ଦବାଲି, ଅନଗୁଳର ସର୍ବୋଚ୍ଚ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ କରାଯାଇଛି । କଟକର ତାପମାତ୍ରା ରହିଛି ୩୯.୧ ଡିଗ୍ରୀ । ବୈଦ୍ଧ ଓ ମାଲକାନଗିରିର ତାପମାତ୍ରା ରହିଛି ୩୯.୫ ଡିଗ୍ରୀ । ରାଜଧାନୀ ସକାଳୁ ସକାଳୁ ଅସହ୍ୟ ତାତି ଅନୁଭୁତ ହେଉଛି । ଦିନ ବଢିବା ସହ ତାତି ବଢିବାରେ ଲାଗିଛି । ସକାଳେ ଆଦ୍ରତା ବୃଦ୍ଧି ଯୋଗୁଁ ଗୁଳୁଗୁଳି ଅଧିକ ହେଉଛି ।