ଚିତରଞ୍ଜନ ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗ । ଏସପିଙ୍କୁ ମିଳିତ ଭାବେ ଭେଟିଲେ ଚିତରଞ୍ଜନଙ୍କ ପରିବାର ଓ ଯୋଜନା ବୋର୍ଡ ଉପାଧକ୍ଷ

114

କନକ ବ୍ୟୁରୋ : ଚିତରଞ୍ଜନ ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗ । ଏସପିଙ୍କୁ ମିଳିତ ଭାବେ ଭେଟିଲେ ଚିତରଞ୍ଜନଙ୍କ ପରିବାର ଓ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସ ବର୍ମା । ଚିତରଞ୍ଜନଙ୍କ ବାପା, ବଡବାପା, ଭାଇ ଓ ଭଉଣୀ ଘଟଣାର ବିଧିବଦ୍ଧ ତଦନ୍ତ କରି ହତ୍ୟାକାଣ୍ଡର ସମ୍ପୃକ୍ତି ଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଏସପିଙ୍କୁ ନିବେଦନ କରିଛନ୍ତି । ଟଙ୍କା ପାଇଁ ଚିତରଞ୍ଜନଙ୍କୁ ହତ୍ୟାକରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ଚିତରଞ୍ଜନଙ୍କ ମୃତ୍ୟୁ ଘଟଣାର ୨ଦିନ ପରେ ବି ଜଗାକୁ ଏଯାଏଁ ଗିରଫ କରାଯାଇନାହିଁ । ତେଣୁ ଦୋଷୀକୁ କଠୋର ଦଣ୍ଡବିଧାନ କରିବାକୁ ଏସପିଙ୍କୁ ନିବେଦନ କରିଛନ୍ତି ମୃତ ଚିତରଞ୍ଜନଙ୍କ ପରିବାର । ସେପଟେ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମା ବି ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ଏସପିଙ୍କ ସହ ଆଲୋଚନା କରିଛନ୍ତି । ଘଟଣାକୁ ଗୁରୁତର ସହ ବିଚାରକରି ତଦନ୍ତ କରିବାକୁ ସେ ଏସପିଙ୍କୁ କହିଛନ୍ତି ।