ଓଡ଼ିଶାର ଆଦିବାସୀ ଆଥଲେଟଙ୍କୁ କ’ଣ କହିଥିଲେ ନୀରଜ ଚୋପ୍ରା ? କଳିଙ୍ଗ ଷ୍ଟାଡ଼ିୟମରେ ଅଭ୍ୟାସ ସମୟର ଅନୁଭୁତି କହିଲେ ନର୍ସିଂ ମାଝୀ

194

କନକ ବ୍ୟୁରୋ : ଓଡ଼ିଶାର ଆଦିବାସୀ ଆଥଲେଟଙ୍କୁ ଟିପ୍ସ ଦେଇଥିଲେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଆସିଥିବା ବେଳେ ଜାଭେଲିନ୍ ଖେଳାଳି ନର୍ସିଂ ମାଝୀଙ୍କୁ ଦେଇଥିଲେ ସଫଳତାର ମନ୍ତ୍ର । ନର୍ସିଂଙ୍କ ସହ ପାଖାପାଖି ୨୦ ମିନିଟ୍ କଥା ହୋଇଥିଲେ ନୀରଜ ଚୋପ୍ରା । କେତେ ମିଟର ଫିଙ୍ଗୁଛ ବୋଲି ପଚାରିଥିଲେ । ନର୍ସିଂ କହିଥିଲେ, ସେ ୫୦ରୁ ୫୨ ମିଟର ଫିଙ୍ଗୁଛନ୍ତି । ଏହା ଶୁଣି ନୀରଜ ସେତେବେଳେ କହିଥିଲେ, ତାଙ୍କ ସହ ମିଶି ପ୍ରାକ୍ଟିସ୍ କଲେ ଆଗକୁ ଭଲ ପ୍ରଦର୍ଶନ କରିପାରିବ ।