ସାଧାରଣତନ୍ତ୍ର ଦିବସରେ ଓଡିଶା ପାଇଁ ଗର୍ବର ବିଷୟ : ଏନସିସି ପରେଡର ନେତୃତ୍ୱ ନେଲେ ଓଡିଆ ଝିଅ ସୋନାଲି ସାହୁ

88

କନକ ବ୍ୟୁରୋ : ଓଡ଼ିଶା ପାଇଁ ଗର୍ବର ବିଷୟ । ଦିଲ୍ଲୀ ଗଣତନ୍ତ୍ର ଦିବସ ପ୍ୟାରେଡରେ ଏନସିସି ବାଳିକା ବିଭାଗର ନେତୃତ୍ୱ ନେଲେ ଓଡ଼ିଆ ଝିଅ ସୋନାଲି ସାହୁ । ୧୪୮ ଜଣିଆ ଏନସିସିର ବାଳିକା କଣ୍ଟିଜେଣ୍ଟର କମାଣ୍ଡିଂ ଭୂମିକାର ଦାୟିତ୍ୱ ତୁଲାଇଛନ୍ତି ସୋନାଲି । ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢ଼ନ୍ତି ସୋନାଲି । ମନୋବିଜ୍ଞାନର ଛାତ୍ରୀ ସୋନାଲିଙ୍କ ଘର ଗୁରୁଜଙ୍ଗ ଗ୍ରାମରେ । ଅତ୍ୟନ୍ତ କଠିନ ଚୟନ ପ୍ରକ୍ରିୟାରେ ସାରା ଦେଶରୁ ୧୪୮ ଜଣ ଏନସିସି ବାଳିକା କ୍ୟାଡେଟଙ୍କୁ ଚୟନ କରାଯାଇଥିଲା । ଏହି ଟିମରେ ଓଡ଼ିଶାରୁ ୯ଜଣ ବାଳିକା ସାମିଲ ହୋଇଛନ୍ତି ।