ଭାରତ ଓ ଚୀନର ପ୍ରୟାସରେ ଟଳି ଯାଇଥିଲା ପରମାଣୁ ଯୁଦ୍ଧ। ଚର୍ଚ୍ଚାରେ ଆମେରିକା ବିଦେଶ ମନ୍ତ୍ରୀଙ୍କ ବୟାନ

204

କନକ ବ୍ୟୁରୋ: ଭାରତ ପାଇଁ ଅଟକି ଯାଇଥିଲା ପରମାଣୁ ଯୁଦ୍ଧ । ହୁଏତ କଥା ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏଭଳି କିଛି କହିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ । ରୁଷ ଓ ୟୁକ୍ରେନ୍ ଭିତରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉଥିବା ବେଳେ ଏହି ଯୁଦ୍ଧ, ପରମାଣୁ ଯୁଦ୍ଧ ଯାଏଁ ଚାଲିଯାଇଥାନ୍ତା । କିନ୍ତୁ ଭାରତ ଓ ଚୀନର ହସ୍ତକ୍ଷେପ ଯୋଗୁଁ ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍, ପରମାଣୁ ଯୁଦ୍ଧ ଯାଏଁ କଥା ନନେବାକୁ ରାଜି ହୋଇଥିଲେ ବୋଲି କହିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଆଂଟୋନି ବ୍ଲିଙ୍କେନ୍ । ରୁଷ ଉପରେ ଭାରତ ଓ ଚୀନର ପ୍ରଭାବ ରହିଛି । ଏହି ଦୁଇ ଦେଶର ହସ୍ତକ୍ଷେପ ଯୋଗୁଁ ୟୁକ୍ରେନ ଉପରେ ପରମାଣୁ ଯୁଦ୍ଧରୁ ରୁଷ ବିରତ ରହିଛି ବୋଲି ସେ କହିଛନ୍ତି । ଆମେରିକାର ବୈଦେଶିକ ମନ୍ତ୍ରୀ ‘ଦ ଆଟାଲାଣ୍ଟିକ୍’କୁ ସାକ୍ଷାତକାର ଦେଇ ବ୍ଲିଙ୍କେନ୍ କହିଛନ୍ତି- ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧକୁ ନେଇ ଅତି ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏମିତି କି ୟୁକ୍ରେନ୍ ଉପରେ ଟେକ୍ଟିକାଲ ନ୍ୟୁକ୍ଲିୟର ଓି୍ୱପନ୍ ବା କମ୍ କ୍ଷମତାସମ୍ପନ୍ନ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ମସୁଧା କରିଥିଲେ । ଯାହା ଅତ୍ୟନ୍ତ ଚିନ୍ତାଜନକ ଥିଲା । ଠିକ୍ ଏଭଳି ଏକ ସମୟରେ ଭାରତ ଓ ଚୀନକୁ ହସ୍ତକ୍ଷେପ କରିବା ପାଇଁ ଆମେରିକା ନିବେଦନ କରିଥିଲା । ଆମେରିକାର ଅନୁରୋଧକୁ ରକ୍ଷା କରି ରୁଷ ସହ ଭାରତ ଓ ଚୀନ ଚର୍ଚ୍ଚା ଆଲୋଚନା କରିଥିଲେ ବୋଲି ଆମେରିକାର ବିଦେଶମନ୍ତ୍ରୀ ସୂଚନା ଦେଇଛନ୍ତି । ଯାହା ଫଳରେ ଏକ ବଡ଼ ସଙ୍କଟ ଟଳିଯାଇଥିଲା । ଭାରତ ଓ ରୁଷ ମଧ୍ୟରେ ଦଶନ୍ଧୀ ଦଶନ୍ଧୀ ଧରି ପୁରୁଣା ସମ୍ପର୍କ ରହିଛି । ଏହି ସମ୍ପର୍କ ଭାରତ ଓ ଆମେରିକା ପାଇଁ ଶୁଭ ସଙ୍କେତ ସାବ୍ୟସ୍ତ ହୋଇଛି । ଜି-୨୦ ସମ୍ମିଳନୀ ପୂର୍ବରୁ ବ୍ଲିଙ୍କେନଙ୍କ ଏଭଳି ମନ୍ତବ୍ୟ ଭାରତର ସାମର୍ଥ୍ୟକୁ ପ୍ରମାଣିତ କରୁଛି ବୋଲି ଚର୍ଚ୍ଚା ହେଉଛି । – ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ପାଇଁ ଚିନ୍ତା କରୁଥିଲେ ପୁଟିନ୍ – ଋୁଷ କମ କ୍ଷମତା ସମ୍ମନ୍ନ ପରମାଣୁ ଅସ୍ତ୍ର ପ୍ରୟୋଗ ପାଇଁ ଚିନ୍ତା କରୁଥିଲା – ଆମେରିକା ଜାଣିବା ପରେ ଭାରତକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲା – ଭାରତ ଓ ଚୀନକୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲା – ଉଭୟ ଭାରତ ଓ ଚୀନ, ରୁଷ ସହ ଏହି ଦିଗରେ ଚର୍ଚ୍ଚା କରିଥିଲେ – ଫଳରେ ପରମାଣୁ ଯୁଦ୍ଧର ଭୟ ଟଳିିଯାଇଥିଲା – ଏନେଇ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ଆମେରିକାର ବିଦେଶ ମନ୍ତ୍ରୀ