ଦେଶରେ କୌଣସି ଧର୍ମ ଅସୁରକ୍ଷିତ ନୁହେଁ । ଡୋଭାଲଙ୍କ ବଡ ବୟାନ୍

208

କନକ ବ୍ୟୁରୋ : ଦେଶରେ କୌଣସି ବି ଧର୍ମର ଲୋକ ଅସୁରକ୍ଷିତ ନାହାନ୍ତି । ସବୁ ଧର୍ମର ଲୋକଙ୍କୁ ଭାରତରେ ସମାନ ଅଧିକାର ଦିଆଯାଇଛି । ସମସ୍ତେ ତାଙ୍କର ଧର୍ମ ଓ ସଂସ୍କୃତିକୁ ନେଇ ଆଗକୁ ବଢୁଛନ୍ତି । ଏଥିରେ କେହି ବି କୌଣିସି ବାଧା ସୃଷ୍ଟି କରିବେ ନାହିଁ । ଏକ ସଭାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ତାଙ୍କ ବୟାନରେ କହିଛନ୍ତି । ଡୋଭାଲ ଆହୁରି ମଧ୍ୟ କହିଛନ୍ତି କି, ପବିତ୍ର କୁରାନ୍ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଏକତା ବଢାଇଥାଏ ।

ସେହିଭଳି ଆତଙ୍କବାଦ ଉପରେ ଡୋଭାଲ କହିଛନ୍ତି, ଭାରତ ମଧ୍ୟ ଅନ୍ୟ କେତେକ ଦେଶଙ୍କ ଭଳି ଆତଙ୍କବାଦ ସହ ଲଢିଆସୁଛି । ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତ ଆଇନ ଶୃଙ୍ଖଳା, ନାଗରିକଙ୍କ ଅଧିକାର ତଥା ମାନବିକ ମୂଲ୍ୟବୋଧ ତଥା ଅଧିକାରର ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିଥାଏ । ସେ କହିଛନ୍ତି, ‘ଭାରତ ଏକ ଅତ୍ୟନ୍ତ ଦାୟିତ୍ ସମ୍ପର୍ଣ୍ଣ ଶକ୍ତି, କିନ୍ତୁ ଯେତେବେଳେ ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନର ଆବଶ୍ୟକତା ପଡିଥାଏ, ସେତେବେଳେ ଆମେ ଆମର ଜାତୀୟ ସ୍ୱାର୍ଥରେ ଆତଙ୍କବାଦକୁ ନିପାତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଛୁ।