ଓଡ଼ିଶାକୁ ବୁଡାଉଛି ପଡୋଶୀ ପାଣି ! ଏସଆରସି କହିଲେ,ଛତିଶଗଡ଼ ସହ ଆଉ ହେବନି କୌଣସି ଆଲୋଚନା।

231

କନକ ବ୍ୟୁରୋ : ଓଡ଼ିଶାକୁ ବୁଡ଼ାଉଛି ପଡ଼ୋଶୀ ପାଣି । କିଛି ଦିନ ପୂର୍ବରୁ ମହାନଦୀର ଜଳସ୍ତର ବୃଦ୍ଧି କରୁଥିଲା ଉପରମୁଣ୍ଡରେ ଥିବା ଛତିଶଗଡ଼ । ଏବେପୁଣି ପଡ଼ୋଶୀ ଝାଡ଼ଖଣ୍ଡ ଗାଲୁଡିହି ବ୍ୟାରେଜର ୧୬ଟି ଗେଟ୍ ଖୋଲିଦେବା ପରେ ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ପ୍ରାୟ ୬ଲକ୍ଷ କ୍ୟୁସେକ ପାଣି ଛାଡ଼ିବା ପରେ ସୁବର୍ଣ୍ଣରେଖା ବିପଦ ସଂକେତ ଟପିଛି । ଏନେଇ ଏସଆରସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣରେଖାର ପାଣି ବାଲେଶ୍ୱର ଓ ମୟୂରଭଞ୍ଜ ସମେତ ଉତର ଓଡ଼ିଶାର ନଦୀ ଜଳସ୍ତରକୁ ବୃଦ୍ଧି କରିବ । ଫଳରେ ବଡ଼ ବିପଦ ଆଶଙ୍କା ରହିଛି । ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଫଳରେ, ଜଳ ପରିଚାଳନା କରିନପାରିବାରୁ ଗାଲୁଡିହି ବ୍ୟାରେଜ ଗେଟ୍ ଖୋଲିବାକୁ ବାଧ୍ୟ ହେଲା ପଡ଼ୋଶୀ । ଏପଟେ ଏସଆରସି କହିଛନ୍ତି, ଛତିଶଗଡ଼ ସହ ଆଉ କୌଣସି ଆଲୋଚନା ହେବନାହିଁ । ବନ୍ୟା ପରିଚାଳନା ପାଇଁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ତଥ୍ୟ ଉପରେ ନିର୍ଭର କରିବ ଓଡ଼ିଶା । ତେବେ ପ୍ରଶ୍ନ ଉଠୁଛି, ପଡ଼ୋଶୀଙ୍କ ସହ ତଥ୍ୟ ଆଦାନପ୍ରଦାନ ନକରି ବନ୍ୟା ପରିଚାଳନା କରିବା ଓଡ଼ିଶା ପକ୍ଷରେ ସମ୍ଭବ ହେବ କି?