ରାହୁଲ ଗାନ୍ଧୀଙ୍କୁ ପୁଣି ଝଟକା : ମାନହାନୀ ମାମଲାରେ ଅନ୍ତରୀଣ ରହିତାଦେଶ ଦେବାକୁ ମନା କଲେ ଗୁଜରାଟ ହାଇକୋର୍ଟ

116

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଝଟକା । ମାନହାନୀ ମାମଲାରେ ଅନ୍ତରୀଣ ରହିତାଦେଶ ଦେବାକୁ ମନା କଲେ ଗୁଜରାଟ ହାଇକୋର୍ଟ । ମୋଦୀ ସାଙ୍ଗିଆ ମନ୍ତବ୍ୟ ମାମଲାରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ରୋକ ଲଗାଇବା ସମ୍ପର୍କରେ ମଙ୍ଗଳବାର ଗୁଜରାଟ୍ ହାଇକୋର୍ଟରେ ଶୁଣାଣି ହୋଇଥିଲା ।

ଏହି ମାମଲା ଉପରେ ଗ୍ରୀଷ୍ମକାଳୀନ ଛୁଟି ଅର୍ଥାତ୍ ଜୁନ୍ ୪ ତାରିଖ ପରେ ଶୁଣାଣି କରିବେ ବୋଲି କୋର୍ଟ କହିଛନ୍ତି । ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ହେମନ୍ତ ପ୍ରାଚକ କହିଥିଲେ- ମାମଲାର ଶୁଣାଣି ଶେଷ ହେବା ପରେ ଚୂଡାନ୍ତ ନିଷ୍ପତ୍ତି ହେବ । ତେଣୁ ବର୍ତ୍ତମାନ ଆନ୍ତରୀଣ ସୁରକ୍ଷା ଦିଆଯାଇପାରିବ ନାହିଁ । ଏହି ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ସହ ତାଙ୍କର ସାଂସଦ ପଦ ରଦ୍ଦ ହୋଇଥିଲା । ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ରାହୁଲ ଗାନ୍ଧୀ ।