କନକ ବ୍ୟୁରୋ: ଭୁବନେଶ୍ୱରରୁ ଜବତ ହୋଇଛି ପେଟି ପେଟି ଭେଜାଲ କଫସରିଫ । ଏହାକୁ ପିଇଲେ ଦେହ ଭଲ ହେବା ବଦଳରେ ଖରାପ ହେବ । ଭରତପୁର ଥାନା ପକ୍ଷରୁ ବରମୁଣ୍ଡା ବସଷ୍ଟାଣ୍ଡରୁ ଏହି କଫସିରଫ ଜବତ ହୋଇଛି । ଭୁବନେଶ୍ୱରରୁ ନୟାଗଡ ଯାଉଥିଲା ଏହି କଫସିରଫ । ପ୍ରବୀଣ ଦାସ ନାମକ ଜଣେ ବ୍ୟକ୍ତି ମଂଚେଶ୍ୱର ଅଂଚଳରେ ଏମଏସ ଫାର୍ମା ନାଁରେ ଏକ ସଂସ୍ଥା ଖୋଲି ଏଭଳି କାରବାର କରୁଥିଲେ । ଘଟଣାରେ ଦୁଇଜଣ ଗିରଫ ହୋଇଥିବାବେଳେ ପ୍ରବୀଣ ଦାସ ଫେରାର ହୋଇଯାଇଛନ୍ତି । ଗିରଫ ୨ ଅଭିଯୁକ୍ତଙ୍କ ବୟାନ ଅନୁସାରେ, ଅହମ୍ମଦାବାଦରୁ ଆସୁଥିବା କଫସିରଫ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଚାଲାଣ ହେଉଥିଲା । ବଲାଙ୍ଗୀରରୁ ଗତ ମାସରେ ଜବତ ୪୦ ଲକ୍ଷ ଟଙ୍କାର ସମାନ ବ୍ରାଣ୍ଡର କଫସିରଫ ଜବତ ହୋଇଥିଲା । ତେଣୁ ଆବଶ୍ୟକ ପଡିଲେ ମାନ୍ୟୁଫକଚର ଲୋକେସନ ଅହମ୍ମଦାବାଦକୁ ଖୁବଶୀଘ୍ର ଯିବ କମିଶନରେଟ୍ ପୁଲିସ ।

Kanak News is now on WhatsApp
Join and get latest news updates delivered to you via WhatsApp
ରଦ୍ଦ ହେବ ଫାର୍ମା କମ୍ପାନୀ ପ୍ରୋପାଇଟର ଲାଇସେନ୍ସ?
ବିନା ପ୍ରେସକ୍ରିପସନରେ ବିକିଲେ ହେବ ରେଡ୍
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଫସିରଫର ସାମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି ।
ସଂପୃକ୍ତ ଫାର୍ମା କମ୍ପାନୀ ପ୍ରେପାଇଟର ଲାଇସେନ୍ସ ରଦ୍ଦ ପାଇଁ ସୁପାରିଶ ହୋଇଛି ବେଆଇନ ଭାବେ କିଛି ଅସମାଜିକ ବ୍ୟକ୍ତି କଫସିରଫରେ ଏନ-୧୦ ଭଳି ବଟିକା ପକାଉଛନ୍ତି । ତେଣୁ ଏମାନଙ୍କୁ ଧରିବା ସହ ଆଗାମୀ ଦିନରେ ସନ୍ଦିଗ୍ଧ ଔଷଧ ଦୋକାନାରେ ଚଢାଉ ହେବ ବୋଲି କହିଛନ୍ତି ଡ୍ରଗ୍ସ ଇନସ୍ପେକ୍ଟର ।
କିଏ ଓଡିଶାକୁ ଆଣୁଥିଲା ପେଟି ପେଟି କଫସିରଫ?
କାହା ମାଧ୍ୟମରେ ହେଉଥିଲା କଫସିରଫ ଚାଲାଣ?
କେଉଁ ଉଦ୍ଦେଶ୍ୟରେ କଫସିରଫ ଚାଲାଣ କରୁଥିଲା ଡ୍ରଗ ଡିଲର?
ଏସବୁର ଗୁଢ ରହସ୍ୟ ଜାଣିବା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ । କଫସିରଫ ଶସ୍ତା ହୋଇଥିବାରୁ ଏହା ମଦ ଆଉ ବ୍ରାଉନସୁଗାରର ବିକଳ୍ପ ଭଳି ବ୍ୟବହାର କରାଯାଉଛି ।