ଜେଲରେ ରହିବେ ଅର୍ଚ୍ଚନା ନାଗ : ଜାମିନ୍ ଖାରଜ କଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ

199

କନକ ବ୍ୟୁରୋ : ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କ ଜାମିନ୍ ଖାରଜ । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଜାମିନ ଖାରଜ କରିଛନ୍ତି । ଅର୍ଚ୍ଚନାଙ୍କ ସହ କିଛି ପ୍ରତିଷ୍ଠିତ ବ୍ୟକ୍ତି, ରାଜନେତା, ଶିଳ୍ପପତିଙ୍କ ସମ୍ପର୍କ ଥିବା କୁହାଯାଉଥିବା ବେଳେ ପୁଲିସର ଜେରାକୁ ନେଇ ପ୍ରଶ୍ନ ଉଠିଛି । ବ୍ଲାକମେଲିଂ ଓ ହନିଟ୍ରାପ୍ ଅଭିଯୋଗରେ ଏବେ ଅର୍ଚ୍ଚନା ଜେଲରେ ଅଛନ୍ତି । କିନ୍ତୁ ସମାନ ଅଭିଯୋଗ ଥାଇ ମଧ୍ୟ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ।

ପ୍ରଶ୍ନ ଉଠୁଛି, ସମାନ ଏତଲା ହୋଇଥିଲେ ପୋଲିସ କାହିଁକି ସେମାନଙ୍କୁ ଅନୁକମ୍ପା ଦେଖାଉଛି । କାହାର ରହିଛି କି ଚାପ? ଆଇପିସିର ଦଫା ୩୭୦ ଅର୍ଥାତ୍ ବେଆଇନ ମାନବ ଚାଲାଣ ଭଳି ୧୬ଟି ଦଫାରେ ଝାରପଡା ଜେଲରେ ଅର୍ଚ୍ଚନା ନାଗ । କିନ୍ତୁ ପ୍ରଶ୍ନ ଉଠୁଛି ଏହି ମାମଲାରେ ଅର୍ଚ୍ଚନାଙ୍କୁ ବାଦ ଦେଲେ ଅନ୍ୟ ଦୁଇ ଅଭିଯୁକ୍ତ ଖୁଲମ ଖୁଲ୍ଲା ବାହାରେ ବୁଲୁଛନ୍ତି । ରାଜ୍ୟର ସବୁଠୁ ବଡ ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗ ଗିରଫ ପରେ ତଦନ୍ତ ଟିକେ ଧିମେଇ ଯାଇଥିବା ଚର୍ଚ୍ଚା ହେଉଛି ।

କ’ଣ ରହିଛି ଅର୍ଚ୍ଚନାଙ୍କ ବିରୋଧରେ ଦଫା ?

ଅର୍ଚ୍ଚନାଙ୍କ ବିରୋଧରେ ଆଇପିସିର ଦଫା- ୩୪୧
ବେଆଇନ ଭାବେ ଅଟକ ରଖିବା
୧ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ୫ ଶହ ଟଙ୍କା ଜରିମାନା

ଆଇପିସି-୩୨୮
ଅପରାଧ ଘଟାଇବା ଉଦ୍ଦେଶ୍ୟରେ ନିଶା କିମ୍ବା ବିଷ ଦେବା
୧୦ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ଜରିମାନା

ଆଇପିସି- ୩୨୪
ମାରଣାସ୍ତ୍ରରେ କ୍ଷତାକ୍ତ କରିବା
ତିନି ବର୍ଷ ଜେଲ ଦଣ୍ଡ ସହ ଜରିମାନା

ଆଇପିସି- ୩୫୪(ସି)
ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ କରିବା
୧ ବର୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ
ଦ୍ୱିତୀୟ ଥର କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା

ଆଇପିସି-୩୭୦
ମାନବ ଚାଲାଣ କରିବା
୭ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା

ଆଇପିସି- ୩୮୬, ୩୮୭, ୩୮୮, ୩୮୯
ଡରେଇ ଧମକାଇ ଟଙ୍କା ଆଦାୟ କରିବା
ଆଜୀବନ କାରାଦଣ୍ଡ ସହ ଜରିମାନା

ଆଇପିସି-୪୧୯, ୪୨୦
ଠକେଇ କରିବା, ସମ୍ପତି ହଡପ କରିବା
୭ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା

ଆଇପିସି- ୪୬୫
ଜାଲିଆତି କରିବା
୨ ବର୍ଷ ଜେଲ ଦଣ୍ଡ ସହ ଜରିମାନା

ଆଇପିସି-୫୦୬
ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ
୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ

ଆଇପିସି-୧୨୦ (ବି)
ଅପରାଧୀଙ୍କୁ ସହଯୋଗ କରିବା
୬ ମାସ ଜେଲ ଦଣ୍ଡ ସହ ଜରିମାନା

ଆଇଟି ଆକ୍ଟ- ୬୬ (ଇ), ୭୭
ଅଶ୍ଳୀଳ ଫଟୋ ଭାଇରାଲ କରିବା
୩ ବର୍ଷ ଜେଲ ୨ ଲକ୍ଷ ପର୍ଯ୍ୟନ୍ତ ଜରିମାନା