ସାମ୍ବାଦିକଙ୍କୁ ନୀଳଗିରି ପୋଲିସର ନିର୍ଯାତନା ଘଟଣା ନେଇ ଡିଜିଙ୍କ ପ୍ରତିକ୍ରିୟା । କହିଲେ, ଘଟଣାର ଅନୁଧ୍ୟାନ କରାଯିବ ।

228

କନକ ବ୍ୟୁରୋ: ନୀଳଗିରିରେ କନକ ନ୍ୟୁଜ୍ ଓ ସମ୍ବାଦର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଆକ୍ରମଣ କରି ଗୋଡରେ ବେଡ଼ି ପକାଇବା ଘଟଣାରେ ସୂଚନା ଦେଇଛନ୍ତି ଡିଜିପି ସୁନୀଲ ବଂଶଲ । ଡିଜିପିଙ୍କୁ ଏ ନେଇ ଅବଗତ କରାଇଥିଲେ ଆମ ପ୍ରତିନିଧି । ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ଡିଜିପି । ସାମ୍ବାଦିକଙ୍କୁ କାହିଁକି ପକାଗଲା ହ୍ୟାଣ୍ଡକପ୍, ତା’ର ଅନୁଧ୍ୟାନ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି । ଡିଜିପିଙ୍କ ଏହି ସୂଚନା ପରେ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ କି? ନୀଳଗିରି ଆଇଆଇସି ଦୌପଦୀ ଦାସଙ୍କୁ ସସପେଣ୍ଡ ପାଇଁ ନିର୍ଦ୍ଦେଶ ଦେବେ କି ଡିଜିପି?

ସବୁ ସୀମା ଟପିଯାଇଥିବା ନୀଳଗିରି ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ହେବ ତ? କନକ ନ୍ୟୁଜ୍ ଓ ସମ୍ବାଦର ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ଆକ୍ରମଣ କରି ଗୋଡରେ ବେଡ଼ି ପକାଇବା ନେଇ ଆଇଆଇସିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠନ ନେବେ ତ ପୋଲିସ୍ ଡିଜି? ବାଲେଶ୍ୱର ହସ୍ପିଟାଲରେ ସାମ୍ବାଦିକ ଲୋକନାଥ ଦଳାଇଙ୍କ ପାଦରେ ବେଡି ପକାଇ ରଖିବା ଦୃଶ୍ୟ ପୋଲିସର ଆଇନ୍ କାନୁନ୍ ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

କାହିଁକି ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇଲା ପୋଲିସ୍?
ବେଡି ପକାଇବାକୁ ଆଇନ୍ ଅନୁମତି ଦେଉଛି କି?
ହସ୍ପିଟାଲ ବେଡରେ କେମିତି ପକାଇଲେ ବେଡି?
ବ୍ୟକ୍ତିଗତ ଆକ୍ରୋଶ ନେଇ ପୋଲିସ ଏଭଳି କରିପାରିବ କି?
ବେଡି ପକାଇ ଅତ୍ୟାଚାର କରିବାକୁ ପୋଲିସର କ୍ଷମତା ଅଛି କି?
ନା ପୋଲିସକୁ ଏଭଳି ଅମାନବୀୟ ନିର୍ଯାତନା ଦେବାକୁ ସ୍ୱତନ୍ତ୍ର ଆଇନ୍ ରହିଛି କି?
ନୀଳଗିରି ଆଇଆଇସି ଦ୍ରୌପଦୀ ଦାସ ଆଇନର ଉପରେ କି?
ସାମ୍ବାଦିକଙ୍କ ଉପରେ ଏମିତି ଅତ୍ୟାଚାର କରିବାକୁ ସାହସ ଦେଲା କିଏ?
ନୀଳଗିରି ଆଇଆଇସି ମାଡାମଙ୍କୁ ପ୍ରଶ୍ନ କରିବେ ତ ଡିଜି ସାର୍?