ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରୁ ଆସିଲା ନିଆରା ଚିତ୍ର : ପ୍ରଥମଥର ପାଇଁ ଲାଲବାହିନୀର ସହିଦ ସମ୍ଭରେ ଲାଗିଲା ପ୍ରଚାର ପୋଷ୍ଟର

ପପରମେଟଲା ପଂଚାୟତର ଯନ୍ତାପାଇ ଓ ପଣସପୁଟ ପଂଚାୟତର ଗୋରାସେତୁ, ମଶୁରିଗୁୁଡା ସମ୍ଭରେ ପ୍ରାର୍ଥୀଙ୍କ ପ୍ରଚାର ପତ୍ର

64

କନକ ବ୍ୟୁରୋ : ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ଥିବା ଲାଲ ବାହୀନିଙ୍କ ସହିଦଙ୍କ ସମ୍ଭରେ ଲାଗିଲା ପ୍ରାର୍ଥୀଙ୍କ ପୋଷ୍ଟର । ପାରମେଟଲା ପଂଚାୟତର ଯନ୍ତାପାଇ, ପଣସପୁଟ ପଂଚାୟତର ଗୋରାସେତୁ ଓ ମସୁରିଗୁଡା ହାଟ ନିକଟରେ ଥିବା ମାଓବାଦୀଙ୍କ ସହିଦ ସମ୍ଭରେ ପ୍ରଥମ କରି ଏଭଳି ପୋଷ୍ଟର ଲାଗିଛି ।

ପୂର୍ବରୁ ମାଓ ସମ୍ଭରେ କେବଳ ମାଓବାଦୀଙ୍କ ପୋଷ୍ଟର ବ୍ୟାନର ଲାଗିବା ଦେଖିବାକୁ ମିଳୁଥିଲା ଓ ମୃତ ମାଓବାଦୀଙ୍କ ନାମ ଏହି ସମ୍ଭଗୁଡିକରେ ଲେଖା ହୋଇଥିଲା । ପୂର୍ବରୁ ମାଓବାଦୀଙ୍କ ଦବଦବା ଯୋଗୁଁ ଅଂଚଳରେ ନର୍ବାଚନ ହୋଇପାରୁନଥିଲା । ଲୋକେ ନିର୍ବାଚନରେ ଭାଗ ନେବା ପାଇଁ ଡରୁଥିଲେ, ହେଲେ ଏବେ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ଯୋଗୁଁ ମାଓ ଭୟ କମିଛି ।