ସ୍ୱାସ୍ଥ୍ୟ ପାଇଁ ଉଷୁମ ପାଣି ସହ ଗୁଜୁରାତି… ଅନେକ ସମସ୍ୟାର ସମାଧାନ ।

333

କନକ ବ୍ୟୁରୋ: ଗୁଜୁରାତିକୁ ପାଟିର ବାସ୍ନା ପାଇଁ ବା ମୁଖବାସ ଭାବେ ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଗୁଜୁରାତିକୁ ଉଷୁମ ପାଣିରେ ସେବନ କଲେ ଏହାର ଅନେକ କିଛି ଲାଭ ଶରୀରକୁ ମିଳିଥାଏ । କଫ , କାଶ, ଅର୍ଶ ଓ ପରିସ୍ରା ପୋଡା ଜନିତ ସମସ୍ୟାରେ ଏହି ଖୁବ୍ ଲାଭଦାୟୀ ହୋଇଥାଏ । ଏହାର ବ୍ୟବହାରରେ ଗଳା ସଫା ରହିବା ସହ ହୃଦଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । କେବଳ ସେତିକି ନୁହେଁ ମାନସିକ ଉତ୍ତେଜନା, ବାନ୍ତି ଲାଗିବା ପରି ସମସ୍ୟା ସହ ପଥୁରି ରୋଗର ସମସ୍ୟାକୁ ମଧ୍ୟ ଏହା ଦୂର କରେ । ଜଣ୍ଡିସ୍, ବଦହଜମି, ମୂତ୍ରବିକାର, ଛାତି ପୋଡିବା, ଆମ୍ବିଳା ହାକୁଡି ଦେବା ସମସ୍ୟାକୁ ମଧ୍ୟ ଦୂର କରେ ଏହି ଗୁଜୁରାତି ଉଷୁମ ପାଣିର ପଥି । ବିଶେଷ କରି ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ଚୋବାଇ ଉଷୁମ ପାଣି ପିଇଲେ ଏହାର ଅନେକ ଆଶାତୀତ ସୁଫଳ ମିଳିଥାଏ ।

ପେଟ କମାଇବାକୁ ଚାହୁଁଥିଲେ ରାତିରେ ୨ଟି ଗୁଜୁରାତି ଚୋବାଇ ଉଷୁମ ପାଣି ପିଅନ୍ତୁ । ଏଥିରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ବି-୧, ବି-୬ ଏବଂ ଭିଟାମିନ୍ –ସି ମଧ୍ୟ ରହିଛି । ଯାହା ଶରୀରର ଅତିରିକ୍ତ ଚର୍ବିକୁ ତରଳାଇଦିଏ । ତନ୍ତୁ ଏବ କ୍ୟାଲସିୟମ ଗୁଜୁରାତିରେ ଥିବାରୁ ଏହା ଓଜନକୁ ମଧ୍ୟ ନିୟନ୍ତ୍ରଣ କରେ ।

ଗୁଜୁରାତି ଏବଂ ଉଷୁମ ପାଣି ପିଇଲେ କେଶ ମୂଳ ମଜବୁତ୍ ରହେ ।ଏହାର ଲଗାତାର ବ୍ୟବହାର କେଶ ମୂଳକୁ ମଜବୁତ କରିବା ସହ କେଶ କଳା ହୋଇଥାଏ ।

ରକ୍ତ ପରିଷ୍କାର ହେବାସହ ଏହାର ସଞ୍ଚାଳନ ମଧ୍ୟ ଠିକ ଭାବେ ହୋଇଥାଏ । ଫଳରେ ତ୍ୱଚାରେ ଚମକ ଆସିଥାଏ ।

ଲଗାତାର ରାତିରେ ଗୁଜୁରାତି ସହ ଉଷୁମ ପାଣି ପିଇଲେ ଅନ୍ତନଳୀ ଓ କିଡନୀ ସଫା ରହିବା ସହ ହଜମ ପ୍ରକ୍ରିୟା ମଧ୍ୟ ଠିକ ରୁହେ । କୋଷ୍ଠକାଠିନ୍ୟ ପରି ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ ।