ନୂଆ ଜିଲ୍ଲା ଘୋଷଣା ଉପରେ ଲାଗିଲା ରୋକ୍ । ହାଇକୋର୍ଟଙ୍କ ବିନା ଅନୁମତିରେ ହୋଇପାରିବନି ନୂଆ ଜିଲ୍ଲା ଗଠନ । ରାୟ ଶୁଣାଇଲେ ଉଚ୍ଚତମ ନ୍ୟାୟଳୟ ।

3,428

କନକ ବ୍ୟୁରୋ: ନୂଆ ଜିଲ୍ଲା ଘୋଷଣା ଉପରେ ଲାଗିଲା ଅଙ୍କୁଶ । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ । ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ ବିଚାରକୁ ନନେଇ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ଗଠନ ନିଷ୍ପତି ଅଭିଯୋଗ ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରି ଅଙ୍କୁଶ ଜାରି କରିଛନ୍ତି । ଏଥିସହ ଏହି ମାମଲାରେ ବିଭିନ୍ନ ପକ୍ଷଙ୍କୁ ଜବାବ ତଲବ କରିଛନ୍ତି ।

ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟା ପ୍ରସଙ୍ଗରେ ସରକାର ପଦକ୍ଷେପ ନେଇ ପାରିବେ । କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହି ପ୍ରସଙ୍ଗରେ କୌଣସି ଚୂଡା଼ନ୍ତ ଆଦେଶ ପ୍ରଦାନ କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ବରଗଡ଼ ଜିଲ୍ଲା ଅଧିନ ପଦ୍ମପୁର ଉପଖଣ୍ଡ ଜିଲ୍ଲା ମାନ୍ୟତା ପ୍ରସଙ୍ଗକୁ ଝଟକା ଲାଗିଛି ।