ନିର୍ବାଚନ ପାଇଁ ସୋସିଆଲ ମିଡିଆ ଉପରେ ଲାଗିବ ରୋକ୍! ପୋଷ୍ଟ ପାଇଁ ଉତ୍ତରଦାୟୀ ହେବେ ସମ୍ପୃକ୍ତ ରାଜନୈତିକ ଦଳ । ନିର୍ବାଚନ କମିସନଙ୍କ ଯୋଜନା

172

କନକ ବ୍ୟୁରୋ: ନିର୍ବାଚନ ସମୟରେ ବିଭ୍ରାନ୍ତିକର ସୋସିଆଲ ମିଡିଆ ପୋଷ୍ଟ ଉପରେ ରୋକ ଲଗାଇବାକୁ ଭାରତୀୟ ନିର୍ବାଚନ କମିସନଙ୍କ ଯୋଜନା । ଆଗକୁ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟ ପାଇଁ ଉତ୍ତରଦାୟୀ ରହିବେ ସମ୍ପୃକ୍ତ ରାଜନୈତିକ ଦଳ ଓ ଦଳର ନେତା । ଆଦର୍ଶ ଆଚରଣ ବିଧି ଉଲଙ୍ଘନ ନିୟମରେ ସଂଶୋଧନ ପରେ ଏହାକୁ କଡାକଡି କରିବାକୁ ଯୋଜନା କରୁଛନ୍ତି ଭାରତୀୟ ନିର୍ବାଚନ କମିସନ ।

ପୂର୍ବରୁ ଇସିଆଇ ବିଜେପି ଓ ଆପକୁ ଏନେଇ ନୋଟିସ ଜାରି କରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ । ତେଣୁ ଜନପ୍ରତିନିଧି ଆଇନରେ ଥିବା ତ୍ରୁଟିକୁ ଦୂର କରିବାକୁ କମିସନ ଚାହୁଁଥିବା ସ୍ପଷ୍ଟ କରାଯାଇଛି । ବିଚାରର ମୁକ୍ତ ବିତର୍କକୁ ନିୟନ୍ତ୍ରଣ ନକରି ମାମଲାରେ ଶୃଙ୍ଖଳା ଏବଂ ସଂଯମ ସୁନିଶ୍ଚିତ କରିବାରେ ଭାରତୀୟ ନିର୍ବାଚନ କମିସନ ବିଶ୍ୱାସ କରନ୍ତି । ଆଗକୁ ଏସବୁ ବ୍ୟବସ୍ଥାରେ ସ୍ୱଛତା ଆଣିବାକୁ କାମ କରାଯାଉଥିବା ଇସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଏନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି ।