ସହରରେ ବାଘ ଆତଙ୍କ । କଲପତରିଆକୁ କାବୁ କଲା ବନ ବିଭାଗ । ବାରିପଦା ଭଞ୍ଜପୁର ବୁଢୀଖମାରୀ ଅଞ୍ଚଳରେ ଆତଙ୍କ । ୪ଘଂଣ୍ଟାର କସରତ ପରେ ଟ୍ରାଙ୍କୁଲାଇଜ କରି ଜାଲରେ ଧରିଲା ବନ ବିଭାଗ ।

173

କନକବ୍ୟୁରୋ: ଶେଷରେ ୪ଘଂଟାର ପରିଶ୍ରମ ପରେ ଧରାପଡିଛି କଲରାପତରିଆ ବାଘ । ବାରିପଦା ସହର ଭଂଜପୁର ବୁଢୀଖମାରୀ ଅଂଚଳରେ ଆତଙ୍କ ଖେଳାଇଥିବା ବଲାରାପତରିଆକୁ କାବୁ କରିଛି ବନ ବିଭାଗ । ପାଚେରୀ ନିକଟରେ ବିଶ୍ରାମ ନେଉଥିବା ବେଳେ ଟ୍ରାଙ୍କୁଲାଇଜ କରି କଲରାପତରିଆ ବାଘକୁ ଜାଲରେ ଧରି ଯନ୍ତାରେ ନିଆଯାଇଥିଲା । ଶିମିଳିପାଳର ଲୁଲୁଙ୍ଗ୍ ରେସକ୍ୟୁ ସେଂଟରରେ କଲରାପତରିଆକୁ ରଖାଯାଇ ତାର ସ୍ୱାସ୍ଥ୍ୟବସ୍ଥା ଯାଂଚ୍ କରାଯାଉଛି । ବାଘଟି ସୁସ୍ଥ ଥିଲେ ତାକୁ ଜଙ୍କଲରେ ଛଡାଯିବ । ନଚେତ୍ ବାଘଟିର ଚିକିତ୍ସା ଜାରି ରହିବ । ବ।।ଘର ସ୍ୱାସ୍ଥ୍ୟାବସ୍ଥାକୁ ଲକ୍ଷ୍ୟ ରଖି ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ ଜଣାଯାଇଛି । ସହର ଭିତରେ ବାଘ ଆତଙ୍କ । ପାଚେରୀ ଡେଇଁ ବାଘ ବୁଲୁଥିବା ବେଳେ ଭୟଭୀତ ହୋଇପଡିଛନ୍ତି ଲୋକମାନେ । କିଛି ଲୋକ ବାଘ ବୁଲୁଥିବାର ଦେଖିଥିବା ବେଳେ ସ୍ଥାନୀୟ ଅଂଚଳରେ କୋକୁଆଭୟ ଖେଳିଯାଇଥିଲା । ଶେଷରେ ବହୁ ହଟଚମଟ ଭିତରେ ଟ୍ରାଙ୍କୁଲାଇଜ କରାଯାଇ କଲରାପତରିଆ ବାଘକୁ କାବୁ କରାଯାଇଛି ।

ଏହି ଦୃଶ୍ୟ ହେଉଛି ବାରିପଦା ସହର ଭଂଜପୁର ବୁଢୀଖମାରୀ ଅଂଚଳର । ସହର ଭିତରେ ବାଘ ବୁଲୁଥିବା ବେଳେ କିଛି ଲୋକ ଦେଖି ଜଣାଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଥିଲା । ପାଚେରୀ ଡେଇଁ ବାଘ ପଶିଥିବା ବେଳେ ବିଭିନ୍ନ ବୁଦା ମୂଳରେ ଲୁଚି ରହୁଥିଲା । ବନ ବିଭାଗ ବାଘକୁ ଧରିବାରେ ନାକେଦମ୍ ହୋଇପଡିଥିଲା । ଶେଷରେ ବାଘକୁ ଧରିବାରେ ବନ ବନବିଭାଗ ସକ୍ଷମ ହୋଇଛି । ବାଘକୁ ଟ୍ରାଙ୍କୁଲାଇଜ କରି ଜାଲରେ ଧରି ଯନ୍ତାରେ ଅଣାଯାଇଛି । ବାଘକୁ ଦେଖିବାକୁ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।

୪ ଘଂଟା ପରିଶ୍ରମ ପରେ ବନ ବିଭାଗକୁ ସଫଳତା ମିଳିଥିଲା । ବାଘକୁ ଧରିବା ସମୟରେ ପାଚେରୀ ଡେଇଁ ପଳେଇ ଯିବାରେ ସକ୍ଷମ ହୋଇପାରିଥିଲା । ତାପରେ ପାଚେରୀ ନିକଟରେ ବିଶ୍ରାମ ନେଉଥିବା ବେଳେ କଲରାପତରିଆକୁ ଟ୍ରାଙ୍କୁୁଲାଇଜ କରି ମାଡିବସିଥିଲା ବନ ବିଭାଗ । କିଛି ଦିନ ତଳେ ଶିମଳିପାଳରୁ ଏକ ବାଘ ଦିଗହରା ହୋଇ ପଳାଇଯାଇଥିଲା । ତେବେ ଧରାପଡିଥିବା ବାଘଟି ଶିମିଳିପାଳରୁ ଖସିପଳାଇଥିବା ବାଘ ବୋଲି ସନ୍ଦେହ କରାଯାଉଛି । ଏବେ କଲରପତରିଆକୁ ଧରାଯାଇ ସ୍ୱାସ୍ଥ୍ୟାବସ୍ଥା ଯାଂଚ୍ ପାଇଁ ପଠାଯାଇଥିଲା । ଶିମିଳିପାଳର ଲୁଲୁଙ୍ଗ୍ ରେସକ୍ୟୁ ସେଂଟରରେ ରଖାଯାଇ ସ୍ୱାସ୍ଥ୍ୟବସ୍ଥା ଯାଂଚ୍ କରାଯାଉଛି । ବନବିଭାଗର ଅକ୍ଲାନ୍ତ ପରିଶ୍ରମ ଓ ୪ଘଂଟା କସରତ ପରେ କାବୁ ହୋଇଛି ଆତଙ୍କ ଖେଳାଇଥିବା କଲାରାପତରିଆ ବାଘ ।